ଓଡିଶା

odisha

ETV Bharat / business

ଏୟାର ଇଣ୍ଡିଆ ସହିବ 10 ହଜାର କୋଟି କ୍ଷତି ! - Air India loss

ଚଳିତ ଆର୍ଥିକ ବର୍ଷ ଏୟାର ଇଣ୍ଡିଆ ରେକର୍ଡ ପ୍ରାୟ 10 ହଜାର କୋଟି ଟଙ୍କା କ୍ଷତି ସହିପାରେ ବୋଲି ହୋଇଛି ଆକଳନ । ଏଣୁ ବିନିବେଶ ଯୋଜନା ଆଗାମୀ ଦିନରେ ଏଥିରେ ସୁଧାର ଆଣିବା ବୋଲି ଆଶା ରହିଛି ।

ଏୟାର ଇଣ୍ଡିଆ ସହିବ 10 ହଜାର କୋଟି  କ୍ଷତି !
ଏୟାର ଇଣ୍ଡିଆ ସହିବ 10 ହଜାର କୋଟି କ୍ଷତି !

By

Published : Feb 9, 2021, 4:16 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ 9,500ରୁ 10,000 କୋଟି ଟଙ୍କା କ୍ଷତି ସହିପାରେ । 2007 ମସିହାରେ ଇଣ୍ଡିଆନ ଏୟାରଲାଇନ ସହ ମିଶ୍ରଣ ପରଠୁ ଏୟାର ଇଣ୍ଡିଆର ଏହା ସବୁଠୁ ଅଧିକ କ୍ଷତି ବୋଲି ରେକର୍ଡ ହୋଇଛି । କୋଭିଡ-19 ମହାମାରୀର ପ୍ରଭାବରେ ପ୍ରାୟ ସମସ୍ତ ଏୟାରଲାଇନ ଗଭୀର ଭାବେ ପ୍ରଭାବିତ ହୋଇଛି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଅନୁସାରେ ଏୟାରଇଣ୍ଡିଆର କ୍ଷତି ମଧ୍ୟରୁ କେବଳ 8 ହଜାର କୋଟି ନଗଦ କ୍ଷତି ଆକଳନ କରାଯାଇଥିଲାବେଳେ ବାକି ଖର୍ଚ୍ଚ ଅଧିକାବେଳେ ଆୟ ହ୍ରାସ । ତେବେ ଆଗାମୀ ଆର୍ଥିକ ବର୍ଷ ସରକାର ଏୟାର ଇଣ୍ଡିଆର ବିନିବେଶ ପାଇଁ ତୟାର ହେଉଛନ୍ତି । ଏପଟେ କମ୍ପାନୀର ରେକର୍ଡ କ୍ଷତି ଏହାର ବିକ୍ରି ବେଳେ ମୂଲ୍ୟାଙ୍କକୁ ହ୍ରାସ କରାଇପାରେ ବୋଲି ଅନୁମାନ ରହିଛି ।

ଗତ ଆର୍ଥିକ ବର୍ଷ ଏୟାର ଇଣ୍ଡିଆ 8 ହଜାର କୋଟି ଟଙ୍କା ସହିଥିବା ନେଇ ରିପୋର୍ଟ ରହିଥଲାବେଳେ ଆର୍ଥିକ ବର୍ଷ 2019 ଓ ଆର୍ଥକ ବର୍ଷ 2018ରେ ଏହା ଯଥାକ୍ରମେ 8,500 ଓ 5,300 କୋଟି ଟଙ୍କା କ୍ଷତି ହୋଇଛି ।

ଏସବୁ କ୍ଷତିର ଭରଣା ଓ ବିମାନ ସେବା ଜାରି ରଖିବା ପାଇଁ ହେଉଥିବା ପରିଚାଳନା ବ୍ୟୟକୁ ପୂରଣ ଲାଗି କମ୍ପାନୀ ଟଙ୍କା ଯୋଗାଣ ବଢାଇଛି । ଏହା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ନ୍ୟାସନାଲ ସ୍ମଲ ସେଭିଂ ଫଣ୍ଡସ (NSSF) ମାଧ୍ୟମରେ 5,000 କୋଟି ଓ 3 ଟି ବ୍ୟାଙ୍କରୁ 1,000 କୋଟି ଟଙ୍କା ପାଣ୍ଠି ଯୋଗାଡ ପାଇଁ ପ୍ରୟାସ କରୁଛି । ଏ ନେଇ ଅଧିକାରୀ ଜଣଙ୍କ କହିଛନ୍ତି କି, ‘‘ ଆମେ ଏବେ ସୁଦ୍ଧା ଏନଏସଏସଏଫ ଜରିଆରେ ଏବେ ସୁଦ୍ଧା 4 ହଜାର କୋଟି ଟଙ୍କା ଏକତ୍ର କରିସାରିଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବାକି 1 ହଜାର କୋଟି ଯୋଗାଡ ହୋଇଯିବ ।

ବଜେଟ 2021-22ରେ ଦର୍ଶାଯାଇଛି କି ଏୟାର ଇଣ୍ଡିଆ ଏ ବର୍ଷ 4 ହଜାର କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟ ରହିଥିଲା ବେଳେ ଏହି ଫଣ୍ଡକୁ ବିମାନ ସେବା ପରିଚାଳନା ପାଇଁ ବ୍ୟବହାର କରାଯିବ । ତେବେ ଏୟାର ଇଣ୍ଡିଆର ବିନିବେଶ ପାଇଁ ସରକାର ଘୋଷଣା କରିବା ପରେ ବହୁ କମ୍ପାନୀ ଏହାର ଅଧିଗ୍ରହଣ ପାଇଁ ଇଚ୍ଛୁକ ଥିବା ଦର୍ଶାଇଛନ୍ତି । ଏହାର ବିଡିଂ ପ୍ରକ୍ରିୟା ପାଇଁ ପ୍ରଥମେ ଆଗ୍ରହୀ କମ୍ପାନୀଙ୍କ ସର୍ଟ ଲିଷ୍ଟ କରି ଦ୍ବିତୀୟ ପର୍ଯ୍ୟାୟରେ ନିଲାମୀ ହେବ ।

ତେବେ ଟାଟା ଗ୍ରୁପ ଏହାର ବିଡିଂ ପାଇଁ ଅଧିକ ତତ୍ପର ଥିବା ଜଣାପଡିଛି ।

ABOUT THE AUTHOR

...view details