ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଶତପ୍ରତିଶତ ଅଂଶଧନ କିଣିବା ପାଇଁ ବିଡ ଦାଖଲ ଅବଧିକୁ ବଢାଇଲେ ସରକାର । ଏହା ଅନୁଯାୟୀ ଇଚ୍ଛୁକ କମ୍ପାନୀ ଏପ୍ରିଲ 30 ପର୍ଯ୍ୟନ୍ତ ସେମାନଙ୍କ ରୁଚିପତ୍ର (Expression of interest) ଦାଖଲ କରିପାରିବେ । ଫଳରେ ଏବେ ଶତ ପ୍ରତିଶତ ଏୟାର ଇଣ୍ଡିଆର ବିକ୍ରି ପାଇଁ ବିଳମ୍ବ ହେବ ।
ଏପ୍ରିଲ 30କୁ ବଢିଲା ଏୟାର ଇଣ୍ଡିଆ ବିଡ୍ ଦାଖଲ ଅବଧି - ବିକ୍ରି ହେବ ଏୟାର ଇଣ୍ଡିଆ
ଏୟାର ଇଣ୍ଡିଆର ଶତପ୍ରତିଶତ ଅଂଶଧନ କିଣିବା ପାଇଁ ବିଡ ଦାଖଲ ଅବଧିକୁ ବଢାଇଲେ ସରକାର । ଏହା ଅନୁଯାୟୀ ଇଚ୍ଛୁକ କମ୍ପାନୀ ଏପ୍ରିଲ 30 ପର୍ଯ୍ୟନ୍ତ ସେମାନଙ୍କ ରୁଚିପତ୍ର (Expression of interest) ଦାଖଲ କରିପାରିବେ ।

ଏପ୍ରିଲ 30କୁ ବଢିଲା ଏୟାର ଇଣ୍ଡିଆ ବିଡ୍ ଦାଖଲ ଅବଧି
କୋରୋନା ଭାଇରସ ପ୍ରକୋପରେ ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଥିବା ଯୋଗୁଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏୟାର ଇଣ୍ଡିଆ ବିକ୍ରି ନେଇ ବିଡିଂ ପ୍ରକ୍ରିୟା ଶେଷ ତାରିଖ ମାର୍ଚ୍ଚ 17 ରହିଥିଲା । କମ୍ପାନୀକୁ କିଣିବା ପାଇଁ ବହୁ । ଆଦାନୀ ଗ୍ରୁପ ଠାରୁ ଭିସ୍ତାରା ଏୟାରଲାଇନ୍ସ ଓ ଟାଟା ଗ୍ରୁପ ଭଲି ନାମୀଦାମୀ ସଂସ୍ଥାଙ୍କ ନାଁ ଆସିଥିଲା ।