ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଯୁଝୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଆଶ୍ବସ୍ତି । ବନ୍ଦେ ଭାରତ ମିଶନ ପରିଚାଳନା ଅଧିନରେ ଅଗଷ୍ଟ 31 ସୁଦ୍ଧା କମ୍ପାନୀ 2556.60 କୋଟି ଟଙ୍କା ରାଜସ୍ବ କମେଇଛି । ଏ ନେଇ ବୁଧବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।
କୋରୋନା ଭାଇରସ ମହାମାରୀ ଯୋଗୁଁ ମାର୍ଚ୍ଚ 23ରୁ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ବିମାନ ପରିଚାଳନା ବନ୍ଦ ରହିଛି । ଆଉ ଏହି ସଙ୍କଟ କାଳରେ ବିଦେଶୀ ଫସିଥିବା ପ୍ରବାସୀ ଭାରତୀଙ୍କୁ ସ୍ବଦେଶ ଆଣିବା ପାଇଁ ବନ୍ଦେ ଭାରତ ମିଶନ ମେ 6ରୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ । ଏହା ଜରିଆରେ ଲକ୍ଷାଧିକ ଟିକେଟ ବିକ୍ରି ହୋଇଛି । ସ୍ବତନ୍ତ୍ର ବିମାନରେ ବିଶ୍ବର କୋଣ ଅନୁକୋଣରୁ ପ୍ରବାସୀ ଭାରତୀୟ ନିଜ ଘରକୁ ଫେରିପାରିଛନ୍ତି ।