ଓଡିଶା

odisha

ETV Bharat / business

ଶତ ପ୍ରତିଶତ ବିକ୍ରି ହେବ ଏୟାର ଇଣ୍ଡିଆ, ନିଲାମୀ ଆରମ୍ଭ - ବିକ୍ରି ହେବ ଏୟାର ଇଣ୍ଡିଆ

ଭାରୀ କ୍ଷତିରେ ବୁଡି ରହିଥିବା ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାର ଇଣ୍ଡିଆର 100 ପ୍ରତିଶତ ଅଂଶଧନ ବିକ୍ରି କରିବେ ସରକାର । ଏଥିପାଇଁ ନିଲାମ ଡକ୍ୟୁମେଣ୍ଟ ଜାରି ହୋଇଛି ।

Air India Disinvestment March 17 Deadline For Preliminary Bids
ଶତ ପ୍ରତିଶତ ବିକ୍ରି ହେବ ଏୟାରଇଣ୍ଡିଆ, ନିଲାମୀ ଆରମ୍ଭ

By

Published : Jan 27, 2020, 1:29 PM IST

ନୂଆଦିଲ୍ଲୀ: ଭାରୀ କ୍ଷତିରେ ବୁଡି ରହିଥିବା ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାର ଇଣ୍ଡିଆର 100 ପ୍ରତିଶତ ଅଂଶଧନ ବିକ୍ରି କରିବେ ସରକାର । ଏଥିପାଇଁ ନିଲାମ ଡକ୍ୟୁମେଣ୍ଟ ଜାରି ହୋଇଛି । ଏହା ଅନୁଯାୟୀ ଆଗ୍ରହୀ ଥିବା କ୍ରେତା 2020 ମାର୍ଚ୍ଚ 17 ଯାଏଁ ଏକ୍ସପ୍ରେସ ଅଫ ଇଣ୍ଟରେଷ୍ଟ (ଇଓଆଇ) ଜମା କରିପାରିବେ ।

ଶତ ପ୍ରତିଶତ ବିକ୍ରି ହେବ ଏୟାରଇଣ୍ଡିଆ, ନିଲାମୀ ଆରମ୍ଭ

ପ୍ରକାଶ ଯେ, ଜାନୁଆରୀ 7ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ମଣ୍ଡଳ ବୈଠକରେ ଏହି ସରକାରୀ ବିମାନ କମ୍ପାନୀର ଘରୋଇକରଣ ପାଇଁ ଗ୍ରୀନ ସିଗନାଲ ମିଳିଥିଲା । ଏୟାର ଇଣ୍ଡିଆ ଉପରେ 80 ହଜାର କୋଟି ଟଙ୍କାର ବକେୟା ରହିଛି ।

ତେବେ ନିଷ୍ପତ୍ତି ଅନୁଯାୟୀ, ନିଲାମୀ ପ୍ରକ୍ରିୟାରେ ଯେ ପାସ ହେବ , ତାଙ୍କୁ ମାର୍ଚ୍ଚ 31 ସୁଦ୍ଧା ଏହାର ସୂଚନା ଦିଆଯିବ । କହିରଖୁଛୁ ଯେ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସରେ 100 ପ୍ରତିଶତ ସେୟାର ସରକାରଙ୍କ ପାଖରେ ରହିଛି । ଏହା ପୂର୍ବରୁ 2018ରେ ସରକାର ଏୟାର ଇଣ୍ଡିଆର 76 ପ୍ରତିଶତ ଅଂଶ ବିକ୍ରି ପାଇଁ ପ୍ରସ୍ତାବ ଆଣିଥିଲେ । ହେଲେ ଏହି ଚୁକ୍ତି ପାଇଁ କେହି ପ୍ରସ୍ତୁତ ନଥିଲେ । ଏଥିଯୋଗୁଁ ଏବେ ଏହାର 100 ପ୍ରତିଶତ ଭାଗ ବିକ୍ରି ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆର୍ଥିକ ବର୍ଷ 2018-19ରେ ଏୟାର ଇଣ୍ଡିଆକୁ 8,556 କୋଟି ଟଙ୍କାର ଘାଟା ହୋଇଥିଲା । ଏହା ପରଠୁ କମ୍ପାନୀ ଉପରେ ଋଣ ବୋଢ ବଢିବାରେ ଲାଗିଛି ।

ABOUT THE AUTHOR

...view details