ଓଡିଶା

odisha

ଓଡିଶା ବଜେଟ: କୃଷି ପାଇଁ ‘ସମୃଦ୍ଧି କୃଷିନୀତି 2020’ ଘୋଷଣା

By

Published : Feb 18, 2020, 6:18 PM IST

Updated : Feb 18, 2020, 11:14 PM IST

ରାଜ୍ୟ ସରକାର 2020-21 ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ କୃଷି ପାଇଁ 19 ହଜାର 4ଶହ 8 କୋଟି ଟଙ୍କା ମଞ୍ଜୁର ହୋଇଛି । ଅଧିକ ପଢନ୍ତୁ ...

agriculture-budget-of-odisha
ଓଡିଶା ବଜେଟ: କୃଷିପାଇଁ ‘ସମୃଦ୍ଧି କୃଷିନୀତି 2020’ ଘୋଷଣା

ଭୁବନେଶ୍ବର: ରାଜ୍ୟ ସରକାର 2020-21 ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ କୃଷି ପାଇଁ 19 ହଜାର 4ଶହ 8 କୋଟି ଟଙ୍କା ମଞ୍ଜୁର ହୋଇଛି । ସାମଗ୍ରିକ ଭାବେ କୃଷିପାଇଁ ‘ସମୃଦ୍ଧି କୃଷିନୀତି 2020’ ଘୋଷଣା କରାଯାଇଛି । ସେହିପରି କାଳିଆ ଯୋଜନା ପାଇଁ ଚଳିତ ବର୍ଷ 3 ହଜାର 1ଶହ 95 କୋଟି ବ୍ୟୟ ବରାଦ କରାଯାଇଛି ।

ବଜେଟରେ ଓଡିଶା ସରକାର ଧାନ ସଂଗ୍ରହ ପାଇଁ ଅତିରିକ୍ତ ଭାବେ 12 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅନ୍ୟପକ୍ଷରେ କ୍ଷାର,ମାଛ ଚାଷ ବାବଦରେ 16 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ମତ୍ସ୍ୟଚାଷୀମାନଙ୍କ ପ୍ରଶିକ୍ଷଣ ପାଇଁ 6 କୋଟି ଟଙ୍କା ବଜେଟରେ ରହିଛି । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରକାଶ କରିଛନ୍ତି ।

  • କୃଷିକୁ 19 ହଜାର 4 ଶହ 8 କୋଟି
  • ସମୃଦ୍ଧ କୃଷି ନୀତି 2020 ଘୋଷଣା
  • କାଳିଆ ଯୋଜନା ପାଇଁ 3 ହଜାର 1ଶହ 95 କୋଟି ବ୍ୟୟବରାଦ
  • ଜୈବିକ କୃଷିକୁ ପ୍ରୋତ୍ସାହିତ ପାଇଁ 40 କୋଟି
  • ବିହନ ଯୋଗାଇବା ପାଇଁ 100 କୋଟି
  • ସାର ପାଇଁ 100 କୋଟି
  • କୃଷି ଯନ୍ତ୍ରପାତି ପାଇଁ 2ଶହ 24 କୋଟି ବ୍ୟୟବରାଦ
  • କୃଷି ଗବେଶଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ 1ଶହ 50 କୋଟି
  • କୃଷି ବୈଷୟିକ ପରିଚାଳନା ମାଧ୍ୟମରେ କୃଷି ସମ୍ପ୍ରସାରଣକୁ ପ୍ରୋତ୍ସାହିତ କରିବା ପାଇଁ 1 ଶହ 50 କୋଟି
  • ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ 1 ଶହ 23 କୋଟି
  • ବିଜୁ କୃଷକ ଯୋଜନା ପାଇଁ 3 ଶହ 60 କୋଟି
  • କୃଷକ ମାନଙ୍କୁ ସୁଧ ରିହାତି ପ୍ରଦାନ ଲାଗି 7 ଶହ 5 କୋଟି
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ 7ଶହ କୋଟି ଟଙ୍କା
  • 27 ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ଲକ୍ଷ୍ୟ
  • ଓଡିଶା ମିଲେଟ୍‌ ମିଶନ ପାଇଁ 1 ଶହ 6 କୋଟି ଟଙ୍କା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 18, 2020, 11:14 PM IST

ABOUT THE AUTHOR

...view details