ନୂଆଦିଲ୍ଲୀ: ଦିନକୁ ଦିନ ଧନୀ ଆହୁରି ଧନୀ ହେଉଛି, ଆଉ ଗରିବର ଗରିବୀ ବଢିବାରେ ଲାଗିଛି। ଏଭଳି ଭାବେ ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଆସନ୍ତା ସପ୍ତାହରେ ପାଖାପାଖି 119 ଅରବପତି ସ୍ବିଜରଲ୍ୟାଣ୍ଡରେ ଅନୁଷ୍ଠିତ ଡାଭୋସ ବିଶ୍ବ ଆର୍ଥିକ ମଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେବେ। ସବୁଠୁ ବଡ କଥା ହେଉଛି ଏହି ସମ୍ମିଳନୀରେ ଭାଗ ନେଉଥିବା ରାଷ୍ଟ୍ର ମଧ୍ୟରୁ ଭାରତ ସର୍ବବୃହତ୍ତ ଦ୍ବିତୀୟ ରାଷ୍ଟ୍ର। ପ୍ରଥମରେ ଆମେରିକା ରହିଛି। ଅର୍ଥାତ ଭାରତର ଧନୀ ତାଲିକା ଅନ୍ୟ ଦେଶ ତୁଳନାରେ ସାମାନ୍ୟ ଅଧିକ ରହିଛି।
ଏହି ବାର୍ଷିକ କାର୍ଯ୍ୟକ୍ରମରେ କେବଳ ବଡବଡିଆ ନୁହେଁ ବ୍ୟାଙ୍କର୍ସ, ରାଜନୀତିଜ୍ଞ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ସାମିଲ ହେବେ। ଏଥିରେ ପାଖାପାଖି 500 ବିଲିୟନ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଥିବା ବ୍ରିଜୱାଟର ଆସୋସିଏଟସର ସଂସ୍ଥାପକରେ ଜେଲିୟୋ, ବ୍ଲେକଷ୍ଟୋନ ଗ୍ରୁପର ଅଧ୍ୟକ୍ଷ ଷ୍ଟିବ ଶ୍ଚ୍ବାର୍ଜମେନ ଓ ଜେପି ମାର୍ଗନ ଚେଜ ଏବଂ ସହମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେମି ଡିମାନ ଏଥିରେ ଉପସ୍ଥିତ ରହିବେ।