ନୂଆଦିଲ୍ଲୀ: ଅନଲାଇନ ମାଧ୍ୟମରେ କ୍ୟାବ ସେବା ପ୍ରଦାନକାରୀ କମ୍ପାନୀ ଉବେର 600 କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଛି । କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ ଅନିଶ୍ଚିତତା ଲାଗି ରହିଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ।
କୋରୋନା ଭାଇରସ ପ୍ରତିହିତ ପାଇଁ ସମଗ୍ର ଦେଶରେ ଜାରି ଲକଡାଉନ ଯୋଗୁଁ କ୍ଷତି ବଢିବାରେ ଲାଗିଛି । ବିଭିନ୍ନ ସେକ୍ଟର ମାନ୍ଦାବସ୍ଥା ଆଡକୁ ପ୍ରବେଶ କରୁଛି । ଏହି କ୍ରମରେ ଉବେର ଭାରତରେ 600 ଜଣଙ୍କୁ ଚାକିରୀରୁ ବାହାର କରିବାକୁ ଘୋଷଣା କରିଛି । ଛଟେଇ କର୍ମଚାରୀଙ୍କ ସଂଖ୍ୟା ଦେଖିବାକୁ ଗଲେ ଏହା ଉବେରର ମୋଟ କାର୍ଯ୍ୟବଳର 25 ପ୍ରତିଶତ ।