ସାନ ଫ୍ରାନ୍ସିସ୍କୋ : ଗୁଗୁଲ ପରେ ଫେସବୁକ ମଧ୍ୟ ନିଜ କର୍ମଚାରୀଙ୍କୁ 2021 ଜୁଲାଇ ଯାଏଁ ୱାର୍କ ଫ୍ରମ ହୋମ ପାଇଁ କହିଛି । ଫଳରେ ଫେସବୁକର ପ୍ରାୟ 40 ହଜାର କର୍ମଚାରୀ ଘରୁ କାମ କରିବେ । ଏହା ବ୍ୟତିତ କମ୍ପାନୀ ପକ୍ଷରୁ ପ୍ରତି କର୍ମଚାରୀଙ୍କୁ ଅତିରିକ୍ତ 1,000 ହଜାର ଡଲାର ଦିଆଯିବ । ଯେପରି ସେମାନେ ହୋମ ଅଫିସ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ।
ପୂର୍ବରୁ ଫେସବୁକ ନିଜ ଷ୍ଟାଫଙ୍କୁ 2020 ଶେଷ ସୁଦ୍ଧା ଘରେ ରହି କାମ କରିପା ପାଇଁ କହିଥିଲା । କିନ୍ତୁ ପରେ ସ୍ଥିତିର ଅନୁଧ୍ଯାନ ଓ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଅବଧିକୁ ପଢାଇଛି ।