ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ପରେ ଏବେ ମାଲାମାଲ ହେବ ଭୂସ୍ବର୍ଗ । ନିବେଶ ସାଙ୍ଗକୁ ବଢିବ ନିଯୁକ୍ତି । ଏ ନେଇ ସରକାର ଅକ୍ଟୋବର ମାସରେ ଜମ୍ମୁ-କାଶ୍ମୀରରେ ଏକ ବଡ ନିବେଶ ସମ୍ମିଳନୀ ଆୟୋଜନ କରିବାକୁ ଯୋଜନା କରୁଛନ୍ତି । ଯେଉଁଥିରେ ଦେଶର ନାମୀଦାମୀ ଉଦ୍ୟୋଗପତି ଭାଗ ନେବା ସହ ନିବେଶ ପାଇଁ ପ୍ରସ୍ତାବ ଦେବେ !
ଭୂସ୍ବର୍ଗରେ ପୁଞ୍ଜିବର୍ଷାର ଆହ୍ବାନ, ଅକ୍ଟୋବରରେ ନିବେଶ ସମ୍ମିଳନୀ - ଭୁସ୍ବର୍ଗରେ ପୁଞ୍ଜିବର୍ଷା
ଧାରା 370 ଉଚ୍ଛେଦ ପରେ କାଶ୍ମୀରରେ ନିବେଶ ପାଇଁ ଚାଲିଛି ପ୍ରସ୍ତୁତି । ଅକ୍ଟୋବର ମାସରେ ସରକାର ଏଠାରେ ଏକ ବଡ ନିବେଶ ସମ୍ମିଳନୀ ଆୟୋଜନ କରିବାକୁ ଯୋଜନା କରୁଛନ୍ତି । ଏଥିରେ ଦେଶର ନାମୀଦାମୀ ଉଦ୍ୟୋଗପତି ଭାଗ ନେବା ସହ ନିବେଶ ପାଇଁ ପ୍ରସ୍ତାବ ଦେବେ !

ପ୍ରତିକାତ୍ମକ ଫଟୋ
କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ ଜମ୍ମୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାରୁ ହଟିଯାଇଛି । ଏବେ ଏଠାରେ ପରିବର୍ତ୍ତନ ହେବ । ଲୋକେ ନିବେଶ କରିବେ । ସମ୍ପତ୍ତି କିଣିପାରିବେ । ବ୍ୟବସାୟ ପାଇଁ ନେଣଦେଣ କରିପାରିବେ ।
ସରକାର ଯୁକ୍ତି ବାଢିଛନ୍ତି ଯେ, ଅଞ୍ଚଳର ବିକାଶରେ ବାଧା ଉପୁଜାଉଥିଲା ଧାରା 370 । ଏଥିଯୋଗୁଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗି ରହୁଥିଲା । ଏହି ଅନୁଚ୍ଛେଦ ରାଜ୍ୟରେ ଘରୋଇ କିମ୍ବା ବୈଷୟିକ ନିବେଶର ବାଟ ଉଗାଳୁଥିଲା । କିନ୍ତୁ ଏବେ ସ୍ଥିତି ବଦଳିବ । ଜମି ଠାରୁ ଆରମ୍ଭ କରି କଶ୍ମୀର ହସ୍ତଶିଳ୍ପ ଏବେ ସବୁ କ୍ଷେତ୍ରରେ ଟଙ୍କା ଲଗାଇବାକୁ ଆଗ୍ରହୀ ହେବେ ନିବେଶକ ।