ଓଡିଶା

odisha

By

Published : Oct 26, 2020, 4:12 PM IST

ETV Bharat / business

ଚିକେନ ତନ୍ଦୁରୀ ସ୍ଥାନ ନେବ କର୍ଡ ରାଇସ, HDFC ବ୍ୟାଙ୍କରେ ହେବ ଏତିକି ପରିବର୍ତ୍ତନ

ଏଚଡିଏଫସି ବ୍ୟାଙ୍କ ପରିଚାଳନା ଦାୟିତ୍ବରୁ ବିଦାୟ ନେଇଛନ୍ତି ଆଦିତ୍ୟ ପୁରୀ । 25 ବର୍ଷର ଭାର ଶେଷ ପରେ ନୂଆ ଏହି ପଦବୀ ଭାର ସମ୍ଭାଳିଛନ୍ତି ଶଶିଧର ଜଗଦୀଶନ । ଏ ନେଇ ପୁରୀ କହିଛନ୍ତି କି ବ୍ୟାଙ୍କରେ କିଛି ବଦଳିବନି, କେବଳ ଚିକେନ ତନ୍ଦୁରୀ ସ୍ଥାନ କର୍ଡ ରାଇସ ନେବ । ଅଧିକ ପଢନ୍ତୁ..

ଚିକେନ ତନ୍ଦୁରୀ ସ୍ଥାନ ନେବ କର୍ଡ ରାଇସ, HDFC ବ୍ୟାଙ୍କରେ ହେବ ଏତିକି ପରିବର୍ତ୍ତନ
ଚିକେନ ତନ୍ଦୁରୀ ସ୍ଥାନ ନେବ କର୍ଡ ରାଇସ, HDFC ବ୍ୟାଙ୍କରେ ହେବ ଏତିକି ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶର ଘରୋଇ ସେକ୍ଟରର ସର୍ବବୃହତ୍ତ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ନେତୃତ୍ବରେ 25 ବର୍ଷ ପରେ ପରିବର୍ତ୍ତନ ହୋଇଛି । ସୋମବାର ଶଶିଧର ଜଗଦୀଶନ ବ୍ୟାଙ୍କ ନେତୃତ୍ବ ନେଇଛନ୍ତି । ଏ ନେଇ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୁରୀଙ୍କ କହିବା ଅନୁସାରେ, ତାଙ୍କ ଯିବା ପରେ ବ୍ୟାଙ୍କର କାର୍ଯ୍ୟ ପ୍ରଣାଳୀରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ସୋମବାର ଠାରୁ କେବଳ ଏତିକି ପରିବର୍ତ୍ତନ ଆସିବ କି ଚିକେନ ତନ୍ଦୁରୀ ସ୍ଥାନ କର୍ଡ ରାଇସ ( thayir saadam/ ଦହି ଭାତ) ନେବ ।

ପ୍ରୟାସକୁ ବଡ କରିବା ପୂର୍ବରୁ କ୍ଷୁଦ୍ର ସ୍ତରରୁ ପ୍ରୟୋଦ ଜରୁରୀ

ପଞ୍ଜାବୀଙ୍କ ପ୍ରିୟ ଖାଦ୍ୟ ଚିକେନ ତନ୍ଦୁରୀକୁ ମାନାଯାଏ । ଆଉ ଆଦିତ୍ୟ ପୁରୀ ପଞ୍ଜାବୀ ଅଟନ୍ତି । ଏବେ ତାଙ୍କ ସ୍ଥାନ ନେବେ ଜଗଦୀଶନ , ଯେ କି ଜଣେ ତାମିଲ ଓ କର୍ଡ ରାଇସ ତାଙ୍କର ପ୍ରିୟ ଡିସ ହୋଇଥାଏ । ଏଣୁ ଏହି ପରିବର୍ତ୍ତନକୁ ସେ ଫୁଡ ଆଇଟମ ଚିକେନ ତନ୍ଦୁରୀ ଓ କର୍ଡ ରାଇସ ସହ ତୁଳନା କରି କହିଛନ୍ତି ।

ପ୍ରାୟ 25 ବର୍ଷର କାର୍ଯ୍ୟକାଳରେ ଏଚଡିଏଫସି ବ୍ୟାଙ୍କକୁ ଦେଶର ସର୍ବବୃହତ୍ତ ଘରୋଇ ବ୍ୟାଙ୍କ କରିଥିବା ପୁରୀଙ୍କ କହିବା ଅନୁସାରେ ଏହି ସଫଳତା ପୁରା ଟିମ ନିଷ୍ଠା ଯୋଗୁଁ ହାସଲ ହୋଇଛି । ତାଙ୍କ କହିବା ଅନୁସାରେ ଆଇସିଆଇସିଆଇ ବ୍ୟାଙ୍କକୁ ପଛରେ ପକାଇବା ରହସ୍ୟ ହେଉଛି କି କାମ ଉପରେ ଧ୍ୟାନ ଜାରି ରଖିବା ଆବଶ୍ୟକ । ଆଉ କୌଣସି ପ୍ରୟାସକୁ ବଡ କରିବା ପୂର୍ବରୁ କ୍ଷୁଦ୍ର ସ୍ତରରେ ତାହାକି ପ୍ରୟୋଗ ଜରୁରୀ ରହିଛି ।

ବ୍ୟାଙ୍କରେ କାମ କଲାବେଳେ ବନ୍ଧୁବାନ୍ଧବ ଚଳିନଥାଏ

ପୁରୀ କହିଛନ୍ତି କି ଦୋସ୍ତି ଠାରୁ କାମକୁ ପ୍ରଭାବିତ ନ ହେବା ନିୟମ ଦ୍ବାରା ହିଁ ବ୍ୟାଙ୍କକୁ ଏବେ ସୁସ୍ଥା କୌଣସି ଠକେଇର ଶୀକାର ହେବାକୁ ପଡିନି । ପ୍ରକାଶ ଯେ, ପୁରୀଙ୍କୁ ଏଚଡିଏଫସିର ଦୀପକ ପାରେଖ 1990 ଆରମ୍ଭରେ ଡାକିଥିଲେ । ଯେତେବେଳେ କି ଭାରତରେ ଉଦାରୀକରଣର ଆରମ୍ଭ ହେଉଥିଲା । ପୁରୀ ସେତେବେଳେ ମ୍ୟାଲେସିଆରେ ଏକ ବିଦେଶୀ ବ୍ୟାଙ୍କର ପରିଚାଳନା ସମ୍ଭାଳୁଥିଲେ । ବ୍ୟାଙ୍କରେ ଠକେଇ ବିପଦ ବିଷୟରେ ପଚାରିବାକୁ ପୁରୀ କହିଛନ୍ତି କି, ବ୍ୟାଙ୍କରେ ସାଙ୍ଗ, ସାଥୀ ପରିଜନ ଭଳି ନୀତି ଚଳିନଥାଏ ।

ABOUT THE AUTHOR

...view details