ମାନିଲା: ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ପାକିସ୍ତାନର ଆକୁଳ ନିବେଦନକୁ ଶେଷରେ ଶୁଣିଛି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) । ମାନ୍ଦାବସ୍ଥା ଏବଂ ମହଙ୍ଗା ବୋଝରୁ ରକ୍ଷା ପାଇଁ ପାକିସ୍ତାନକୁ 1 ବିଲିୟନ ଡଲାରର ଆର୍ଥିକ ସହାୟତା ରାଶି ଦେବାକୁ ଘୋଷଣା କରିଛି ଏଡିବି।
ପାକ୍ ଗୁହାରୀ ଶୁଣିଲା ଏଡିବି, ମିଳିବ 1 ବିଲିୟନ ଡଲାର ଲୋନ - ପାକିସ୍ତାନକୁ ମିଳିବ 1 ବିଲିୟନ ଡଲାର ଲୋନ
ଋଣ ଯନ୍ତାରେ ଅଣନିଶ୍ବାସୀକୁ ପାକିସ୍ତାନକୁ ମିଳିଛି ସାମନ୍ୟ ଆଶ୍ବସ୍ତି । ମାନ୍ଦାବସ୍ଥାରୁ ରକ୍ଷା ପାଇଁ ପାକିସ୍ତାନକୁ 1 ବିଲିୟନ ଡଲାର ଏମର୍ଜେନ୍ସି ଲୋନ ଦେବାରୁ ଘୋଷଣା କରିଛି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ।
![ପାକ୍ ଗୁହାରୀ ଶୁଣିଲା ଏଡିବି, ମିଳିବ 1 ବିଲିୟନ ଡଲାର ଲୋନ ADB approves USD 1 billion emergency loan for pakistan](https://etvbharatimages.akamaized.net/etvbharat/prod-images/768-512-5287839-thumbnail-3x2-adb.jpg)
ଦୀର୍ଘ ଦିନ ଧରି ଜାରି ରହିଥିବା ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ସହାୟତା ପ୍ରଦାନ କରିବାକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏବଂ ବିଶ୍ବବ୍ୟାଙ୍କକୁ ଅନୁରୋଧ କରିଥିଲା ପାକିସ୍ତାନ। ଆତଙ୍କବାଦ ଭଳି ପ୍ରସଙ୍ଗରେ ବିଶ୍ବ ସମୁଦାୟରେ ଏକୁଟିଆ ହୋଇ ପଡିଥିବା ପାକିସ୍ତାନକୁ କୌଣସି ଦେଶ ପକ୍ଷରୁ ସହାୟତା ମିଳିନଥିଲା।
ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଆମେରିକା ପକ୍ଷରୁ ନିଆଯାଇଥିବା କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଆର୍ଥିକ କଟକଣା ଯୋଗୁଁ ଆନ୍ତଃର୍ଜାତିକ ସ୍ତରରେ ସହାୟତା ପାଇବାରୁ ବଞ୍ଚିତ ହୋଇଥିଲା ପାକିସ୍ତାନ। ଏପରିକି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଫାଇନସିଆଲ ଆକ୍ସନ ଟାସ୍କଫୋର୍ସ(ଏଫଟିଏଫ) ପକ୍ଷରୁ ଧୂସର ତାଲିକାଭୁକ୍ତ ଦେଶ ଭାବେ ଘୋଷଣା କରାଯାଇଥିଲା। ଯାହା ଫଳରେ ବିଦେଶରୁ ଆର୍ଥିକ ସହାୟତା ପାଇବାର ରାସ୍ତା ପାକିସ୍ତାନ ପାଇଁ ବନ୍ଦ ହୋଇଯାଇଥିଲା।