ଓଡିଶା

odisha

ETV Bharat / business

ସାବଧାନ ! ଭୁଲ ଆଧାର ନମ୍ବର ଦେଲେ ଗଣିବେ ମୋଟା ତଣ୍ଡ

ସାବଧାନ ... ଏଣିକି ଭୁଲ ଆଧାରକାର୍ଡ ନମ୍ବର ଦେଲେ ଗଣିବେ 10 ହଜାର ଟଙ୍କା ଜୋରିମାନା । ଏଥିସହ ବାୟୋମେଟ୍ରିକ ତଥ୍ୟ ମଧ୍ୟ ଯୁକ୍ତିସଙ୍ଗତ ହେବାକୁ ପଡିବ ।

By

Published : Nov 13, 2019, 6:55 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଣିକି ଟିକସଦାତା ପାନ୍‌ ବଦଳରେ ବ୍ୟବହାର କରିପାରିବେ ନିଜ 12ଟିକିଆ ଆଧାର ନମ୍ବର । ହେଲେ ଯଦି ଭୁଲ ନମ୍ବର ଦିଅନ୍ତି ତେବେ ଗଣିବାକୁ ପଡିବ 10,000 ଟଙ୍କା ତଣ୍ଡ ।


ଆୟକର ଆଇନ 1961 ସଂଶୋଧନ ଅନୁଯାୟୀ ଟିକସଦାତାଙ୍କ ସୁବିଧା ପାଇଁ ଆଧାର ନମ୍ବର ବ୍ୟବହୃତ ନେଇ ଆୟରକର ବିଭାଗ ଘୋଷଣା କରିଛି । କିନ୍ତୁ ଟିକସଦାତା ଯଦି ଏହି ସୁବିଧାର ଫାଇଦା ଉଠାଇ ମିଥ୍ୟା ଆଧାର ଦେଖାଏ , ତେବେ ଦଣ୍ଡ ସ୍ବରୁପ ଜୋରିମାନା ଦେବାକୁ ପଡିବ ।

ପ୍ରକାଶ ଯେ, ଯେଉଁ କ୍ଷେତ୍ରରେ ପାନ ବାଧ୍ୟତାମୂଳକ ଥିବ , ସେଠାରେ ଯଦି ବିକଳ୍ପ ସ୍ବରୁପ ଆଧାର ବ୍ୟବହାର କରାଯାଏ, ସେତେବଳେ ଏହି ନିୟମ ଲାଗୁ ହେବ । ଆୟକର ରିଟର୍ଣ୍ଣ, ବ୍ୟାଙ୍କ ଖାତା କିମ୍ବା ଆକାଉଣ୍ଟ ଖୋଲିବା ଏବଂ 50000 ଟଙ୍କାରୁ ଉର୍ଦ୍ଧ୍ବ ମ୍ୟୁଚୁଆଲ ଫଣ୍ଡ, ବଣ୍ଡ କ୍ରୟ ଆଦି ବେଳେ ଏହି ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । କେବଳ ନମ୍ବର ନୁହେଁ ବାୟୋମେଟ୍ରିକ ତଥ୍ୟକୁ ମଧ୍ୟ ସତ୍ୟ ବୋଲି ପ୍ରମାଣ କରିବାକୁ ହେବ । ନଚେତ ଦେବାକୁ ପଡିବ ଜୋରିମାନା ।

ABOUT THE AUTHOR

...view details