ଓଡିଶା

odisha

ETV Bharat / business

ଏପ୍ରିଲ 2 ଯାଏଁ ନ୍ୟାୟିକ ହେପାଜତରେ ରାଣା କପୁର - YesBank founder

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ଏପ୍ରିଲ 2 ଯାଏଁ ନ୍ୟାୟିକ ହେପାଜତରେ ପଠାଇଲା ମୁମ୍ବାଇର ଏକ କୋର୍ଟ ।

A Mumbai Court sends YesBank founder Rana Kapoor to judicial custody till April 2
ଏପ୍ରିଲ 2 ଯାଏଁ ନ୍ୟାୟିକ ହେପାଜତରେ ରାଣା କପୁର

By

Published : Mar 20, 2020, 3:44 PM IST

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ଏପ୍ରିଲ 2 ଯାଏଁ ନ୍ୟାୟିକ ହେପାଜତରେ ପଠାଇଲା ମୁମ୍ବାଇର ଏକ କୋର୍ଟ । ୟେସ ବ୍ୟାଙ୍କ ଆର୍ଥିକ ଅନିୟମତା ମାମଲାରେ ପୂର୍ବରୁ ରାଣା କପୁରଙ୍କୁ ଗିରଫ କରାଯାଇଥିଲା ।

ଏଥିସହ ସିବିଆଇ ରାଣା କପୁରଙ୍କ ମାଲିକାନାରେ ଥିବା ବିଭିନ୍ନ ଠିକଣାରେ ଛାନବିନ କରିଥିଲା । ନିକଟରେ ଦିଲ୍ଲୀ ଅଞ୍ଚଳରେ ଏକ ବଙ୍ଗଳା କ୍ରୟ ଜରିଆରେ ରିଅଲିଟି କମ୍ପାନୀରୁ 307 କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସିବିଆଇ, ରାଣା କପୁର ଏବଂ ତାଙ୍କ ପତ୍ନୀ ବିନ୍ଦୁଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି। ଏଥି ସହିତ ପୂର୍ବରୁ ଅନେକ ମାମଲା ପଞ୍ଜିକୃତ ହୋଇଛି ।

ପ୍ରକାଶ ଯେ, ଆର୍ଥିକ ହେରଫେର ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କରୁ ମାତ୍ର 50 ହଜାର ଟଙ୍କା ଉଠାଣ ପାଇଁ କଟକଣା ଜାରି କରାଯାଇଥିଲା । ପରେ ପୁଣି ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏପ୍ରିଲ 18ରୁ ବ୍ୟାଙ୍କ ସେବା ସମ୍ପୁର୍ଣ୍ଣ ସ୍ବାଭାବିକ ହୋଇଛି ।

ABOUT THE AUTHOR

...view details