ନୂଆଦିଲ୍ଲୀ:ଏ ବର୍ଷ ନଭେମ୍ବରରେ 60 ଲକ୍ଷ 35 ହଜାର ବିମାନ ଯାତ୍ରୀ ଘରୋଇ ଉଡାଣରେ ଯାତ୍ରା କରିଛନ୍ତି । ଯାହାକି ଗତ ବର୍ଷର ଏହି ଅବଧି ତୁଳନାରେ 51 ପ୍ରତିଶତ କମ । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଶୁକ୍ରବାର ସୂଚନା ଦେଇଛି ।
ଡିଜିସିଏର ତଥ୍ୟ ଅନୁସାରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପରିଚାଳିତ ଘରୋଇ ଉଡାଣରେ କ୍ରମଶଃ 39.43 ଲକ୍ଷ ଓ 52.71 ଲକ୍ଷ ଯାତ୍ରୀ ଉଡାଣ ଭରିଛନ୍ତି । ବିବୃତ୍ତି ମୁତାବକ ନଭେମ୍ବର ମାସରେ34.23 ଘରୋଇ ଯାତ୍ରୀ ଇଣ୍ଡିଗୋର ସେବା ନେଇଛନ୍ତି । ଏଭଳି ଭାବରେ ଘରୋଇ ବିମାନ କ୍ଷେତ୍ରରେ ଏହାର ଭାଗୀଦାରୀ 53.9 ପ୍ରତିଶତ ରହିଛି । ଯେତେବେଳେ କି 8.4 ଲକ୍ଷ ଯାତ୍ରୀଙ୍କ ସହ ସ୍ପାଇସଜେଟର ଭାଗୀଦାର 13.2 ପ୍ରତିଶତ ଅଛି ।