ଓଡିଶା

odisha

ETV Bharat / business

ଭାରତରେ 54 ପ୍ରତିଶତ ଅନଲାଇନ ଭିଡିଓ ହିନ୍ଦୀରେ ଦେଖାଯାଉଛି: ୟୁଟ୍ୟୁବ - ୟୁଟ୍ୟୁବ ୟୁଜର୍ସ

ଭାରତୀୟ ଦର୍ଶକଙ୍କ ୟୁଟ୍ୟୁବରେ କେତେ ସମୟ କଟାନ୍ତି, କଣ ଦେଖିବାକୁ ପସନ୍ଦ କରନ୍ତି, କେଉଁ ବୟସର ବ୍ୟକ୍ତି ଅଧିକ ଅନଲାଇନ ଭିଡିଓ ଦେଖନ୍ତି, ଆଉ କେଉଁ ଭାଷାରେ ୟୁଜର୍ସ ଅଧିକ ଭିଡିଓ ଦେଖନ୍ତି ସେ ନେଇ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଛି ୟୁଟ୍ୟୁବ । ଅଧିକ ପଢନ୍ତୁ...

YouTube
ୟୁଟ୍ୟୁବ

By

Published : Jun 2, 2020, 9:26 PM IST

Updated : Jun 2, 2020, 10:47 PM IST

ନୂଆଦିଲ୍ଲୀ: ୟୁଟ୍ୟୁବରେ 54 ପ୍ରତିଶତ ଭାରତୀୟ ଅନଲାଇନ ଭିଡିଓକୁ ହିନ୍ଦୀରେ ଦେଖିବା ପସନ୍ଦ କରନ୍ତି । ଯେତେବେଳେ କି ଇଂରେଜୀରେ 16 ପ୍ରତିଶତ, ତେଲୁଗୁରେ 7 ପ୍ରତିଶତ ଓ କନ୍ନଡରେ 6 , ତାମିଲନାଡୁରେ 5 ଓ ବଙ୍ଗଳାରେ 3 ଭିଡିଓ ଦେଖନ୍ତି । ମଙ୍ଗଳବାର ୟୁଟ୍ୟୁବ ନିଜ ରିପୋର୍ଟରେ ଏ ନେଇ ସୂଚନା ଦେଇଛି ।

ଏହି ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି କି ଭାରତୀୟ ୟୁଜର୍ସ ହାରାହାରି ପ୍ରତିଦିନ 67 ମିନିଟ ପର୍ଯ୍ୟନ୍ତ ଅଲାଇନ ଭିଡିଓ ଦେଖନ୍ତି । ଏଥିରୁ 70 ପ୍ରତିଶତରୁ ଅଧିକ ଦର୍ଶକଙ୍କ ବୟସ 15ରୁ 34 ବର୍ଷ ମଧ୍ୟରେ ରହିଥାଏ । ଆଉ 37 ପ୍ରତିଶୟ ୟୁଜର୍ସ ଗ୍ରାମାଞ୍ଚଳର ।

ରିପୋର୍ଟରେ କୁହାଯାଇଛି କି ବର୍ଷ ଶେଷ ସୁଦ୍ଧା ମୋଟ ଅନଲାଇନ ଭିଡିଓ ୟୁଜର୍ସଙ୍କ ସଂଖ୍ୟା 500 ମିଲିୟନ ପର୍ଯ୍ୟନ୍ତ ପହଞ୍ଚିବା ଆଶା ରହିଛି ।

ୟୁଟ୍ୟୁବ ଅନୁସାରେ ମନୋରଞ୍ଜନ ସହ ଏହି ପ୍ଲାର୍ଟଫର୍ମ ଏକ ପ୍ରିୟ ଧାରା ଭାବେ ଉଭା ହୋଇଛି । ଯେଉଁଥିରେ ଭିଡିଓ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା 43 ପ୍ରତିଶତ ବୃଦ୍ଧି ପାଇଛି । ଭାରତରେ 79 ପ୍ରତିଶତ ଭିଡିଓ ଘରେ ଦେଖା ଯାଇଥାଏ । ଆଉ ବାକି 21 ପ୍ରତିଶତ ଭିଡିଓ ବାହାରେ , ଚଲାବୁଲା ସମୟରେ ଦେଖାଯାଉଛି । ଭାରତରେ 65000 ଦର୍ଶକଙ୍କ ପ୍ରତିକ୍ରିୟା ଆଧାରରେ ଏହି ଅଧ୍ୟୟନ କୋରୋନା ମହାମାରୀ ପୂର୍ବରୁ ଆରମ୍ଭ କରାଯାଇଥିଲା ।

Last Updated : Jun 2, 2020, 10:47 PM IST

ABOUT THE AUTHOR

...view details