ଓଡିଶା

odisha

By

Published : Jun 24, 2021, 4:09 PM IST

ETV Bharat / business

4G Phone: ଆସୁଛି ‘JioPhone Next’

ରିଲାଏନ୍ସ ଏଜିଏମରେ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା । ସେପ୍ଟେମ୍ବର 10ରୁ ବଜାରକୁ ଆସିବ ‘JioPhone Next’ । ଜାଣନ୍ତୁ ଫିଚର..

4G Phone: ଆସୁଛି ଜିଓଫୋନ ନେକ୍ଟଟ
4G Phone: ଆସୁଛି ଜିଓଫୋନ ନେକ୍ଟଟ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର 44ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଗୁରୁବାର ହୋଇଛି । ପ୍ରତି ବର୍ଷ ଭଳି ଏଥର ବି କମ୍ପାନୀ ଅନେକ ବଡ ଘୋଷଣା କରିଛି । କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏଜିଏମକୁ ସମ୍ବୋଧନ କରିଛନ୍ତି । ଏହି ବୈଠକରେ କମ୍ପାନୀ ନୂଆ ସେବା ଓ ପ୍ରଡକ୍ଟ ସହ ନିଜ କାରବାରକୁ ସୁଦୃଢ ପାଇଁ କରିଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥାଏ ।

ଏହି ବୈଠକରେ ଅଲ୍ଟ୍ରା ଆଫରଡେବଲ 4G ମୋବାଇଲ ଫୋନ ଆସିବା ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ଗୁଗୁଲ ସହ ମିଶି କମ୍ପାନୀ ଜିଓଫୋନ ନେକ୍ସଟ ( JIOPHONE NEXT)ଫୁଲି ଫିଚର୍ଡ ସ୍ମାର୍ଟଫୋନ ଆଣିବ । ଯାହାକି ଗୁଗୁଲ ଓ ଜିଓର ସମସ୍ତ ଆପ୍ସକୁ ସପୋର୍ଟ କରିବ ।

ଗୁଗୁଲ ଓ ରିଲାଏନ୍ସ ଜିଓଫୋନ ନେକ୍ସଟ ବିକଶିତ ହୋଇଛି । ଏହା ଚଳିତ ବର୍ଷ ସେପ୍ଟେମ୍ବ 10 ରୁ ଅର୍ଥାତ ଗଣେ ଚତୁର୍ଥୀରୁ ବଜାରରେ ହେବ ଉପଲବ୍ଧ ।

ଗତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟେକ୍ନୋଲୋଜି ଉଦ୍ୟୋଗର 7.7 ପ୍ରତିଶତ ଅଂଶଧନ ପାଇଁ 33,737 କୋଟି ଟଙ୍କା ନିବେଶ କରିବାକୁ ତଥା ସୁଲଭ ସ୍ମାର୍ଟଫୋନର ବିକାଶ ସମେତ ଟେକ୍ନୋଲୋଜି ପଦକ୍ଷେପଗୁଡ଼ିକରେ ସହଯୋଗ କରିବାକୁ ଗୁଗୁଲ ରାଜି ହୋଇଛି ।

ଗତ ଜୁଲାଇରେ 43 ତମ ଏଜିଏମ୍ ସମୟରେ ଅମ୍ବାନୀ କହିଥିଲେ କି, ଆଣ୍ଡ୍ରଏଡ୍ ଆଧାରିତ ସ୍ମାର୍ଟଫୋନ୍ ଅପରେଟିଂ ସିଷ୍ଟମ୍ ବିକଶିତ ପାଇଁ ଗୁଗୁଲ ଏବଂ ଜିଓ ସହଭାଗୀତା କରୁଛନ୍ତି ।

ତେବେ ବଜାରକୁ ଆସୁଥିବା ଜିଓଫୋନ ନେକ୍ସଟରେ ଅନେକ ଅତ୍ୟାଧୁନିକ ଫିଚର ରହିଛି । ଏଥିରେ ଭଏସ ଆସିଷ୍ଟାଟ , ବର୍ଦ୍ଧିତ ବାସ୍ତବତା ଫିଲ୍ଟର୍ ସହ ସ୍ମାର୍ଟ କ୍ୟାମେରା , ଅଟୋମେଟିକ ରିଡ , ସ୍କ୍ରିନ ଟେକ୍ସଟ ସହ ଭାଷା ଟ୍ରାନ୍ସଲେସନ ଭଳି ବହୁ ସୁବିଧା ଗ୍ରାହକ ପାଇପାରିବେ ।

ସେହିଭଳି ରିଲାଏନ୍ସ ଭେଲ୍ୟୁ ଚେନ ପାର୍ଟନରସିପ ଓ ଫ୍ୟୁଚର ଟେକ୍ନୋଲଜି ଉପରେ 15,000 କୋଟି ଟଙ୍କା ନିବେଶ କରିବ ।

ଅମ୍ବାନୀ କହିଛନ୍ତି କି , 2016ରେ ଦେଶରେ ଡିଜିଟାଲ ଡିଭାଇଡ ବିଭାଜନକୁ ଦୂର କରିବା ପାଇଁ ଲଞ୍ଚ କରାଯାଇଛି । ଏବେ 2021 ରେ ଆମେ ଦେଶ ଓ ଦୁନିଆରେ ଗ୍ରୀନ ଏନର୍ଜି ଡିଭାଇଡକୁ ବିଭାଜନ ପାଇଁ ନୂଆ ଏନର୍ଜି ବିଜେସ ଲଞ୍ଚ କରୁଛି । ଆମେ ରିଲାଏନ୍ସ ନ୍ୟୁ ଏନର୍ଜି କାଉନସିଲ କରିଛୁ । କମ୍ପାନୀ 100 ଗିଗାୱାଟ ସୋଲାର ଏନର୍ଜି କରିବୁ ।

ABOUT THE AUTHOR

...view details