ଓଡିଶା

odisha

ETV Bharat / business

କୋଭିଡରେ ଚାକିରୀ ଉଭାନ , 41 ଲକ୍ଷ ଯୁବକ ହରାଇଲେ ରୋଜଗାର - ଅନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନ

ଏହି ସଙ୍କଟ ଯୋଗୁଁ ଯୁବକମାନେ (15-24 ବର୍ଷ) ବୟସ୍କ (25 ଏବଂ ତଦୁର୍ଦ୍ଧ୍ୱ) ଙ୍କ ଅପେକ୍ଷା ଅଧିକ କଷ୍ଟ ପାଇବେ

କୋଭିଡରେ ଚାକିରୀ ଉଭାନ ,  41 ଲକ୍ଷ ଯୁବକ ହରାଇଲେ ରୋଜଗାର
କୋଭିଡରେ ଚାକିରୀ ଉଭାନ , 41 ଲକ୍ଷ ଯୁବକ ହରାଇଲେ ରୋଜଗାର

By

Published : Aug 18, 2020, 8:02 PM IST

ନୂଆଦିଲ୍ଲୀ: କୋରୋନା ଓ କଟକଣା ମଧ୍ୟରେ ରପ୍ତାନୀ ଠାରୁ ରିୟଲ ଇଷ୍ଟେଟ , କ୍ଷୁଦ୍ର ବ୍ୟବସାୟୀ ଠାରୁ ଖୁଚୁରା ଦୋକାନୀ ସବୁ କ୍ଷତିଗ୍ରସ୍ଥ । ଆଉ ଏଥିରେ ନିୟୋଜିତ ଲୋକ ରୋଜଗାର ହରାଇ ହତାସ । ସବୁ ସେକ୍ଟରର ଆୟ ହ୍ରାସ ଯୋଗୁଁ ପ୍ରବଳ ସଂଖ୍ୟକ ଛଟେଇ ମଧ୍ୟ ହୋଇଛି । କୋଭିଡ ମହାମାରୀ ମଧ୍ୟରେ ଦେଶରେ 41 ଲକ୍ଷ ଯୁବବର୍ଗ ଚାକିରୀ ହରାଇଛନ୍ତି । ଅନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନ (ILO) ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ର ସଂଯୁକ୍ତ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

7 ପ୍ରମୁଖ ସେକ୍ଟର ମଧ୍ୟରୁ ନିର୍ମାଣ ଏବଂ କୃଷି କ୍ଷେତ୍ରରେ କାମ କରୁଥିବା ଲୋକ ଅଧିକ ପରିମାଣରେ ରୋଜଗାର ହରାଇଛନ୍ତି । ଆଇଏଲଓ ଏବଂ ଏଡିବି ରିପୋର୍ଟ ଶୀର୍ଷକ ‘ Tackling the COVID-19 youth employment crisis in Asia and the Pacific'ରେ ଏ ନେଇ କୁହାଯାଇଛି ।

ମହାମାରୀ ଯୋଗୁଁ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ଯୁବକମାନଙ୍କର ନିଯୁକ୍ତି ଆଶା ଗୁରୁତର ଭାବରେ ଚ୍ୟାଲେଞ୍ଜିଂ ହୋଇଛି ବୋଲି ଏଥିରେ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଏହି ସଙ୍କଟ ଯୋଗୁଁ ଯୁବକମାନେ (15-24 ବର୍ଷ) ବୟସ୍କ (25 ଏବଂ ତଦୁର୍ଦ୍ଧ୍ୱ) ଙ୍କ ଅପେକ୍ଷା ଅଧିକ କଷ୍ଟ ପାଇବେ ଏବଂ ଅଧିକ ଦୀର୍ଘସ୍ଥାୟୀ ଅର୍ଥନୈତିକ ଏବଂ ସାମାଜିକ ଖର୍ଚ୍ଚ ବହନର ବିପଦ ମୁଣ୍ଡାଇବେ କରିବେ।

ଏହି ରିପୋର୍ଟ 'ଗ୍ଲୋବାଲ୍ ସର୍ଭେ ଅନ୍ ୟୁଥ ଏବଂ COVID-19' ର ଆଞ୍ଚଳିକ ମୂଲ୍ୟାଙ୍କନ ଉପରେ ଆଧାରିତ । ଏଥିସହ ବିଭିନ୍ନ ଦେଶରେ ଉପଲବ୍ଧ ବେକାରୀ ତଥ୍ୟ ଉପରେ ଆଧାର କରି ଏହି ଅନୁମାନରେ ପହଞ୍ଚାଯାଇଛି ।

ଏଥିରେ କୁହାଯାଇଛି ମହାମାରୀ ସମୟରେ ଭାରତରେ ଦୁଇ-ତୃତୀୟାଂଶ ଫାର୍ମ ସ୍ତରୀୟ ଶିକ୍ଷାଦାନ (apprenticeships ) ପ୍ରଭାବିତ ହୋଇଛି । ସେହିପରି ତିନି-ଚତୁର୍ଥାଂଶ ଇଣ୍ଟର୍ନସିପ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ଏହି ରିପୋର୍ଟରେ ସରକାରଙ୍କୁ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା, ଶିକ୍ଷା ତଥା ତାଲିମକୁ ଟ୍ରାକକୁ ଆଣିବା ଏବଂ 66 କୋଟିରୁ ଅଧିକ ଯୁବବର୍ଗଙ୍କ ଭବିଷ୍ୟତକୁ ନେଇ ରହିଥିବା ନିରାଶକୁ କମ କରିବା ପାଇଁ ଜରୁରୀ, ବୃହତ ତଥା ଲକ୍ଷ୍ୟମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ବାନ ଦିଆଯାଇଛି ।

ABOUT THE AUTHOR

...view details