ଓଡିଶା

odisha

ETV Bharat / business

ବାଜ୍ୟାପ୍ତି ହେଲା ନୀରବଙ୍କ ସ୍ବିସ ଆକାଉଣ୍ଟ - account

ପିଏନବି ଘୋଟାଲା ମାଷ୍ଟରମାଇଣ୍ଡ ନୀରବ ମୋଦିକୁ ଇଡିର ପ୍ରହାର । ନୀରବ ଓ ଭଉଣୀ ପୁରବୀ ମୋଦିଙ୍କ ସ୍ବିସ ଆକାଉଣ୍ଟରେ ଥିବା 283 କୋଟି ଟଙ୍କା ଜବତ କରାଯାଇଛି ।

ପ୍ରତିକାତ୍ମକ ଫଟୋ

By

Published : Jun 27, 2019, 2:56 PM IST

ନୂଆଦିଲ୍ଲୀ: ନୀରବ ମୋଦିଙ୍କ ମୁଣ୍ଡରେ ବଡ ଚଡକ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅପିଲ ପରେ ସ୍ବିଜରଲ୍ୟାଣ୍ଡର ସ୍ବିସ ଅଧିକାରୀ ନୀରବ ଓ ଭଉଣୀ ପୁରବୀ ମୋଦିଙ୍କ 4ଟି ବ୍ୟାଙ୍କ ଆକାଉଣ୍ଟକୁ ବାଜ୍ୟାପ୍ତି କରିଦେଇଛନ୍ତି । ଏଥିରେ ପ୍ରାୟ 283 କୋଟି ଟଙ୍କା ଜମା ରହିଥିବା ଜଣାପଡିଛି ।


ଇଡି ସ୍ବିସ ଅଧିକାରୀଙ୍କୁ ଅପିଲ କରି ନୀରବଙ୍କ କଳା ଟଙ୍କା ପଛର ସତ ଜଣାଇଥିଲେ । ଏହି ଟଙ୍କା ଭାରତୀୟ ବ୍ୟାଙ୍କକୁ ଠକି ଅଣାଯାଇଛି । ଏହା ଏକ ଋଣ ଜାଲିଆତି ମାମଲା ବୋଲି ଦର୍ଶାଇବା ପରେ ଖୋଦ ସ୍ବିସ ବ୍ୟାଙ୍କ ଅଧିକାରୀ ନୀରବଙ୍କ ଆକାଉଣ୍ଟକୁ ବାଜ୍ୟାପ୍ତି କରିଥିଲେ ।

ଏପଟେ ପିଏନବି ସ୍କାମ ମାମଲାରେ ନୀରବ ମୋଦି ଲଣ୍ଡନ କୋର୍ଟରେ ଭିଡିଓ କନଫ୍ରେନ୍ସ ଜରିଆରେ ହାଜର ହେବ । ଏବେ ସୁଦ୍ଧା 4 ଥର ଧରି ନୀରବଙ୍କ ଆବେଦନ କରିବା ଜାମିନ ଖାରଜ ହୋଇଯାଇଛି । ଏବେ ସେ ଲଣ୍ଡନର ୱାର୍ଡ୍ସବର୍ଥ ଜେଲରେ ବନ୍ଦୀ ରହିଛନ୍ତି । ଯଦି ଜେଲରୁ ବାହାରନ୍ତି, ତେବେ ସେ ଇଂଲଣ୍ଡ ଛାଡି ଯାଇପାରନ୍ତି ବୋଲି ଜଷ୍ଟିସ ଇଙ୍ଗ୍ରିଡ ସିମଲର ଯୁକ୍ତି ବାଢିଥିଲେ । ପ୍ରକାଶ ଥାଉ ଯେ, ନୀରବ ମୋଦିଙ୍କୁ ଲଣ୍ଡନରୁ ମାର୍ଚ୍ଚ 19ରେ ଗିରଫ କରାଯାଇଥିଲା ।

For All Latest Updates

ABOUT THE AUTHOR

...view details