ଭୁବନେଶ୍ବର: ଓଡିଶାର 31 ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତିଯୋଗ୍ୟ ନୁହଁନ୍ତି । ହଁ , ଏହା ଠିକ , ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ 2021 ଅନୁସାରେ ଓଡିଶାର ପ୍ରାୟ 31 ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଭଲ ଚାକିରୀ ପାଇଁ ଦକ୍ଷତାର ଅଭାବ ରହିଛି ।
ଏଭଳି ଉଦବେଗଜନକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବି ସତ । ଇଂରାଜୀ ଭାଷା ଜ୍ଞାନ ହେଉ କିମ୍ବା କମ୍ପ୍ୟୁଟର ଶିକ୍ଷାରେ ଓଡିଶା ଦୁର୍ବଳ । ଏପରିକି ଆସାମ ଓ ମଧ୍ୟପ୍ରଦେଶ ଠାରୁ ମଧ୍ୟ ଓଡିଶା ପଛରେ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଏ ବର୍ଷ ବଜେଟରେ 100 କୋଟି ଟଙ୍କା ଆବଣ୍ଟନ ହୋଇଛି । ଏପରିକି ସ୍କିଲ୍ ଓଡିଶା ବିକାଶ ନେଇ ବହୁ ପଦକ୍ଷେପ ହାତକୁ ନିଆଯାଉଛି । ତା ପରେ ବି ଇଂରାଜୀ ଦ୍ବିତୀୟ ଭାଷା ଭାବେ ପ୍ରଚଳିତ ରାଜ୍ୟମାନଙ୍କରେ ଓଡିଆଙ୍କ ଦକ୍ଷତା କମ ରହିଛି । ଏହି ଲିଷ୍ଟର ଶ୍ରେଷ୍ଠ 10ରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, କେରଳ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ରହିଛନ୍ତି ।