ଓଡିଶା

odisha

ETV Bharat / business

ବନ୍ୟା ବିତ୍ପାତରେ ରୁଗ୍ଣ ରାଜକୋଷ, ବୋହିଗଲା 30 ହଜାର କୋଟି - property

ସବୁ ଧୋଇ ନେଇଗଲା ସର୍ବଗ୍ରାସୀ ବନ୍ୟା । ସବୁ ବର୍ଷ ଗ୍ରାସ କରୁଥିବା ଏହି ବନ୍ୟା ଯେପରି ଆସାମ ଓ ବିହାରର ପିଛା ଛାଡୁନି । ହଜାର ହଜାର ଘର ବୁଡୁଥିବା ବେଳେ ଶହ ଶହ ଗାଁ ପାଣିରେ ସମାଧି ନେଉଛନ୍ତି । ଚାଷବାସ ଠାରୁ ଆରମ୍ଭ କରି ବ୍ୟବସାୟ ସବୁ କିଛି ଛାରଖାର । ଏହି ବନ୍ୟା ଯେପରି ରାଜ୍ୟ ନୁହେଁ ସାରା ରାଜ୍ୟର ଅର୍ଥନୀତି ନକ୍ସା ବଦଳାଇ ଦେଇଛି ।

ଡିଜାଇନ ଫଟୋ

By

Published : Jul 20, 2019, 4:06 PM IST

ନୂଆଦିଲ୍ଲୀ: ବନ୍ୟା ବିତ୍ପାତରେ ବେହାଲ ଆସାମ ଓ ବିହାର। ଭାସୁଛି ରାଜ୍ୟର କୋଣ ଅନୁକୋଣ । ଘରେ ଘରେ ବନ୍ୟାର ସର୍ଜିକାଲ ଷ୍ଟ୍ରାଇକ । ରାସ୍ତା-ଘାଟ, ଘର , ବିଲ ସବୁଠି ପାଣି ଆଉ ପାଣି । ଲୋକେ ଭୟରେ ତ୍ରାହି ତ୍ରାହି ଡାକୁଛନ୍ତି । ସବୁ ବର୍ଷ ଗ୍ରାସ କରୁଥିବା ଏହି ପ୍ରଳୟରୂପୀ ବନ୍ୟା କୋଟି କୋଟି ଟଙ୍କା ଗିଳି ଦେଉଥିଲା ବେଳେ ସବୁକିଛି ଛାରଖାର କରିଦେଇଛି । ବନ୍ୟା ପ୍ରଭାବରେ ରାଜ୍ୟ ଅର୍ଥନୀତି ଭୁଶୁଡିଯାଏ ।

ରହିବାକୁ ଘର ନାହିଁ । ଚାଲିବାକୁ ରାସ୍ତା ନାହିଁ । ନଦୀ ପାଣିରେ ଉବୁଟୁବୁ ଦୋକାନ ବଜାର । ଗୃହପାଳିତ ପଶୁ ପାଣିରେ ବୁଡିଗଲେଣି। ରହିବା ଦୂରର କଥା ଖାଇବାକୁ ମୁଠାଏ ଦାନା ପାଇଁ ଲୋକେ ଡହଳ ବିକଳ । ବନ୍ୟାର ଏହି କୋଳହଳ ପ୍ରତିବର୍ଷ ଆସାମକୁ ଥରହର କରିଦିଏ । ଆଉ ପ୍ରତି ବର୍ଷ ବନ୍ୟାକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହୁଛନ୍ତି । ହେଲେ ବ୍ରହ୍ମପୁତ୍ରର ତାଣ୍ଡବ ଆଗରେ ସବୁ ଯୋଜନା ଏବଂ ରଣନୀତି ପାଣି ଭଳି ବୋହିଯାଉଛି ।

ଆସାମର 30 ଟି ଯାକ ଜିଲ୍ଲା ଜଳ ଚାପରେ ମୁଣ୍ଡ ପାତିଦେଇଛନ୍ତି । ଜଳ ପ୍ରଳୟରେ ପ୍ରାୟ 52 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଗଭୀର ଭାବେ ପ୍ରଭାବିତ ହେବା ସହ 4620 ଗାଁରେ ଜଳସମାଧି ନେଇସାରିଲାଣି । ଏପଟେ ଦେଶର ପ୍ରମୁଖ ଜାତୀୟ ଉଦ୍ୟାନ କାଜିରଙ୍ଗାର 95 ପ୍ରତିଶତ ପାଣିରେ ବୁଡିଗଲାଣି । 1,63,969 ହେକ୍ଟର ଜମିରେ ହୋଇଥିବା ଫସଲ ଉଜୁଡି ଯାଇଛି । ଏବେ ସୁଦ୍ଧା ପ୍ରାୟ 17 ଲୋକଙ୍କ ଜୀବନ ଚାଲିଗଲାଣି । ରିଲିଫ ଆଶାରେ ହଜାର ହଜାର ଲୋକ ରହିଛନ୍ତି । ତେବେ ରାଜ୍ୟ ସରକାର ଏହି ସର୍ବଗ୍ରାସୀ ବନ୍ୟାରୁ ରକ୍ଷା ପାଇବା ପାଇଁ ବଜେଟରେ 251 କୋଟିର ବ୍ୟୟ ବରାଦ ମଧ୍ୟ କରିଥିଲେ । ତେବେ ଏହି ବନ୍ୟା ଯୋଗୁଁ ପ୍ରତିବର୍ଷ କେତେ ଆର୍ଥିକ କ୍ଷତି ହୁଏ ଜାଣନ୍ତୁ ।

ସିଏଜିଙ୍କ ରିପୋର୍ଟ ଅନୁଯାୟୀ 2007ରୁ 2017 ମଧ୍ୟରେ ବନ୍ୟା ଯୋଗୁଁ 742 ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହି 10 ବର୍ଷରେ 23,493 କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ଆଉ ଏସବୁରୁ ମୁକୁଳିବାକୁ 2043 କୋଟିର ରିଲିଫ ଫଣ୍ଡର ଘୋଷଣା ବି ହୋଇଛି । କିନ୍ତୁ ବାସ୍ତବରେ ଏହି ଫଣ୍ଡର ମାତ୍ର 40 ପ୍ରତିଶତ ଅର୍ଥାତ 812 କୋଟି ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ଯେ, ଆସାମର ଏହି ବନ୍ୟା କେତେ ମାତ୍ରାରେ ଦେଶ ରାଜକୋଷକୁ ରୁଗଣ କରି ରଖିଛି । ହେଲେ ଏଯାଏଁ କୌଣସି ଠୋସ ପଦକ୍ଷେପ ନିଆଯାଉନଥିବା ଦେଖାଦେଇଛି।

ସେଭଳି ଭାବରେ ବିହାରରେ ମଧ୍ୟ ବନ୍ୟା ତାଣ୍ଡବ ମଚାଇଛି । 2012ରେ ପୂରା ଉତ୍ତର ଭାରତକୁ ବନ୍ୟା ଖାଇସାରିଥିଲା । ଲକ୍ଷ ଲକ୍ଷ କୋଟି ଟଙ୍କା ଧନ ଜୀବନ ନଷ୍ଟ କରିଦେଇଛି । ଯେପରିକି ବିହାରର ନିୟତି ବନିଯାଇଛି ବନ୍ୟା ।

ABOUT THE AUTHOR

...view details