ଓଡିଶା

odisha

ETV Bharat / business

ସୁନାରେ ନିବେଶ ପାଇଁ ତୟାର ଏହି ଶ୍ରେଣୀର ନିବେଶକ - invest in gold

ସୁନା କିଣିନଥିବା 29 ପ୍ରତିଶତ ଖୁଚୁରା ନିବେଶକ ଏବେ ସୁନାରେ ଟଙ୍କା ଲଗାଉଛନ୍ତି । ଏ ନେଇ WGC ତାର ରିପୋର୍ଟରେ ପ୍ରକାଶ କରିଛି ।

retail investors
ସୁନାରେ ନିବେଶ ପାଇଁ ତୟାର ଏହି ଶ୍ରେଣୀର ନିବେଶକ

By

Published : Apr 23, 2020, 8:25 PM IST

ମୁମ୍ବାଇ: ପୂର୍ବରୁ କେବେ ସୁନା କିଣୁନଥିବା 29 ପ୍ରତିଶତ ଖୁଚୁରା ନିବେଶକ ଏବେ ବହୁମୂଲ୍ୟ ଧାତୁରେ ନିବେଶ ପାଇଁ ପ୍ରସ୍ତୁତ ଅଛନ୍ତି । ବିଶ୍ବ ସ୍ବର୍ଣ୍ଣ ପରିଷଦ(ଡବ୍ଲ୍ୟୁଜିସି)ର କହିବା ଅନୁଯାୟୀ ସରକାରଙ୍କ ନେତୃତ୍ବଧୀନ ବହୁ ଆର୍ଥିକ ସମାବେଶ କାର୍ଯ୍ୟକ୍ରମ, ଫିନଟେକର ବିସ୍ତାର ଓ ସୂଚନା ବୃଦ୍ଧି ଯୋଗୁଁ ସୁନା କିଣୁନଥିବା ଖୁଚୁରା ନିବେଶକମାନେ ଏନେଇ ପ୍ରସ୍ତୁତ ରହିଛନ୍ତି ।

ଭାରତରେ ଖୁଚୁରା ନିବେଶକଙ୍କ ଉପରେ WGC ର ରିପୋର୍ଟ ଅନୁଯାୟୀ, 52 ପ୍ରତିଶତ ନିବେଶକଙ୍କ ପାଇଁ କୌଣସି ନା କୌଣସି ରୂପରେ ବହୁମୂଲ୍ୟ ଧାତୁ ରହିଛି । 48 ପ୍ରତିଶତ ଏଭଳି ନିବେଶକ ଅଛନ୍ତି, ଯେଉଁମାନେ ଗତ 12 ମାସରେ ସୁନାରେ ନିବେଶ କରିଛନ୍ତି ।

ଭାରତୀୟ ନିବେଶକଙ୍କ 5 ଶୀର୍ଷ ନିବେଶ ମଧ୍ୟରେ ସୁନା ଗହଣା ଓ କଏନ ରହିଛି । ଏହା ଗତ ବହୁ ବର୍ଷ ଧରି ଏଭଲି କାଏମ ରହିଛି । ଭାରତ ସୁନା ବଜାର ବିଶ୍ୱର ବୃହତ୍ତମ ଏବଂ ପ୍ରତିଷ୍ଠିତ ବଜାର ଭାବେ ପରିଚିତ । ପରମ୍ପରା ରୂପରେ ଭାରତୀୟଙ୍କ ସୁନା ସହିତ ଅତୁଟ ସମ୍ପର୍କ ରହିଛି ।

ABOUT THE AUTHOR

...view details