ଓଡିଶା

odisha

ଲକଡାଉନ: ଏପ୍ରିଲରେ 2.7 କୋଟି ଯୁବକଯୁବତୀ ହରାଇଲେ ରୋଜଗାର

By

Published : May 13, 2020, 12:41 AM IST

ଏପ୍ରିଲରେ 2.7 କୋଟିରୁ ଅଧିକ ଯୁବକଯୁବତୀ ଚାକିରୀ ହରାଇଛନ୍ତି । ତେବେ ଲକଡାଉନ 3.0ରେ କୃଷିକୁ ପ୍ରୋତ୍ସାହନ ଓ କେତେକାଂଶରେ କାରବାର ଆରମ୍ଭ ନେଇ ଅନୁମତି ମିଳିବା ପରେ ଏହି ହାର ସାମାନ୍ୟ ସୁଧୁରିଛି । ଅଧିକ ପଢନ୍ତୁ...

27 million youth  lost jobs in April: CMIE
ଏପ୍ରିଲରେ 2.7 କୋଟି ଯୁବକଯୁବତୀ ହରେଇଲେ ରୋଜଗାର

ନୂଆଦିଲ୍ଲୀ: ମେ 10 ପର୍ଯ୍ୟନ୍ତ ଦେଶରେ ବେକାରୀ ହାର 3 ପ୍ରତିଶତ ହ୍ରାସ ପାଇ 23.97 ପ୍ରତିଶତରେ ପହଞ୍ଚିଛି । ଯାହାର ମୁଖ୍ୟ କାରଣ କୃଷି ଗତିବିଧିକୁ ପ୍ରୋତ୍ସାହନ ଓ ଦେଶର କିଛି ସ୍ଥାନରେ କାରବାର ଆରମ୍ଭ । ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି ।

ସିଏମଆଇଇ ରିପୋର୍ଟ ମୁତାବକ, 2020 ମେ 3 ଯାଏଁ ଦେଶରେ ବେକାରୀ ଦର ବୃଦ୍ଧି ପାଇ 27.1 ପ୍ରତିଶତ ଥିଲା ।

ସିଏମଆଇଇର ସାପ୍ତାହିକ ରିପୋର୍ଟ ଅନୁଯାୟୀ, ମେ 10 ଶେଷ ସପ୍ତାହ ପାଇଁ ବେକାରୀ ହାର 27.1ରୁ 23.97 ପ୍ରତିଶତରେ ପହଞ୍ଚିଛି । ଯେତେବେଳେ କି ସରକାରଙ୍କ ଶ୍ରମ ଅଭିବୃଦ୍ଧି ହାର 36.2ରୁ 37.6 ପ୍ରତିଶତକୁ ବୃଦ୍ଧି ପାଇଛି । କାରଣ ସରକାର କେତେକ ଶିଳ୍ପ ଖୋଲିବାକୁ ଅନୁମତି ଦେଇଛନ୍ତି । ଏଥି ସହିତ ନିଯୁକ୍ତି ହାର ମଧ୍ୟ 26.4 ପ୍ରତିଶତରୁ 28.6 ପ୍ରତିଶତକୁ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁଯାୟୀ, ଏପ୍ରିଲରେ 2.7 କୋଟିରୁ ଅଧିକ ଯୁବକଯୁବତୀ ଚାକିରୀ ହରାଇଛନ୍ତି । ରିପୋର୍ଟରେ ଦର୍ଶଯାଇଛି କି 20-24 ବର୍ଷ ବୟସ ଯୁବପୀଢିଙ୍କ ସଂଖ୍ୟା 2019-20ରେ 3.42 କୋଟି ଥିଲା । ଯାହା ଏପ୍ରିଲ 2020 ରେ 2.09 କୋଟିକୁ ହ୍ରାସ ପାଇଛି । ସେହିପରି 25-29 ବର୍ଷ ବୟସର 1.4 କୋଟି ଚାକିରୀ ହରାଇଛନ୍ତି ।

ABOUT THE AUTHOR

...view details