ନୂଆଦିଲ୍ଲୀ: ଦେଶବ୍ୟାପି ଲକଡାଉନ ପରଠୁ ବଢିଛି ଡିଜିଟାଲ ନେଣଦେଣର ପରିମାଣ । ସଂକ୍ରମଣ ଭୟରେ ଓ ଘରେ ରହିବା କଟକଣା ଯୋଗୁଁ ଅନଲାଇନ ପେମେଣ୍ଟ ସଂଖ୍ୟା ବହୁଳ ବଢିଛି । ଜୁଲାଇ 2 ସୁଦ୍ଧା ଲକଡାଉନର 101 ଦିନରେ ଅନଲାଇନ ବିଦ୍ୟୁତ ଓ ପାଣି ବିଲ ପେମେଣ୍ଟ 163 ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ ହୋଇଛି ।
ମାର୍ଚ୍ଚ 24 ରୁ ଜୁଲାଇ 2 ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ହୋଇଥିବା ଡିଜିଟାଲ ନେଣଦେଣକୁ ବିଶ୍ଲେଷଣ କରି ଅନଲାଇନ ପେମେଣ୍ଟ ପ୍ଲାର୍ଟଫର୍ମ ରେଜରପେ (RazerPay)ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟରେ ଶିକ୍ଷା କ୍ଷେତ୍ର, ଚିକିତ୍ସା କ୍ଷେତ୍ର ଓ ଅନ୍ୟନ କ୍ଷେତ୍ରରେ ମଧ୍ୟ ହୋଇଥିବା ଅନଲାଇନ ଟ୍ରାଞ୍ଜାକ୍ସନର ମଧ୍ୟ ଆକଳନ କରାଯାଇଛି ।