ଓଡିଶା

odisha

By

Published : Feb 3, 2021, 10:21 PM IST

ETV Bharat / business

ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 14ତମ କିସ୍ତି ଜାରି

ଦ୍ରବ୍ୟ ଏବଂ ସେବା କର (ଜିଏସଟି) କ୍ଷତିପୂରଣ ଅଭାବକୁ ପୂରଣ କରିବା ପାଇଁ କେନ୍ଦ୍ର 6,000 କୋଟି ଟଙ୍କାର 14ତମ କିସ୍ତି ରାଜ୍ୟକୁ ଜାରି କରିଛି । ଅଧିକ ପଢନ୍ତୁ..

ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 14ତମ କିସ୍ତି ଜାରି
ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 14ତମ ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 14ତମ କିସ୍ତି ଜାରିକିସ୍ତି ଜାରି

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତକୁ ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣର 14 ତମ କିସ୍ତି ଜାରି କଲା ଅର୍ଥ ମନ୍ତ୍ରଣାଳୟ । ବୁଧବାର ଅର୍ଥମନ୍ତ୍ରାଳୟର ବ୍ୟୟ ବିଭାଗ ରାଜ୍ୟ ଓ ୟୁଟିକୁ 6,000 କୋଟି ଟଙ୍କା ପ୍ରଦାନ କରିଛି । ଏଥିସହ ଏବେ ସୁଦ୍ଧା ମୋଟ 84,000 କୋଟି ଟଙ୍କା ଜାରି କରାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।

ମୋଟ ଆନୁମାନିକ ଜିଏସଟି ହ୍ରାସର 76 ପ୍ରତିଶତ ଅଂଶ ଏବେ ଯାଏଁ ରାଜ୍ୟ ତଥା 3 କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି । ଏଥିରୁ 76,616.16 କୋଟି ଟଙ୍କା ରାଜ୍ୟ ଓ 3 କେନ୍ଦ୍ର ଶାସିତ ଅଞ୍ଚଳକୁ 7,383.84 କୋଟି ଟଙ୍କା ଜାରି ହୋଇଛି ।

ଅବଶିଷ୍ଟ 5 ରାଜ୍ଯ - ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ସିକ୍କିମରେ ଜିଏସଟି କାର୍ଯ୍ୟକାରୀ ଯୋଗୁଁ ରାଜସ୍ବରେ କୌଣସି ଅନ୍ତର ଦେଖିବାକୁ ମିଳିନି । ଜିଏସଟି ଲାଗୁ କରାଯିବା ପରେ ରାଜସ୍ବରେ 1.10 ଲକ୍ଷ କୋଟି ଟଙ୍କାର ଆନୁମାନିକ ହ୍ରାସ ଦେଖାଦେଇଛି । ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର 2020 ଅକ୍ଟୋବରରେ ଏକ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଥିଲା ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ଭାରତ ସରକାରଙ୍କ ଦ୍ବାରା ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ଋଣ ନିଆଯାଉଛି । ଅର୍ଥମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି ଏହି ସପ୍ତାହରେ ଜାରି କରାଯାଇଥିବା ରାଶି ରାଜ୍ୟକୁ ଉପଲବ୍ଧ କରାଯାଇଥିବା ରାଶିର 14 ତମ କିସ୍ତି ।

କେନ୍ଦ୍ର ସରକାର ଏବେ ସୁଦ୍ଧା ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ହାରାହାରି 4.74 ପ୍ରତିଶତ ସୁଧ ହାରରେ 84,000 କୋଟି ଟଙ୍କା ଋଣ କରିଛନ୍ତି ।

ABOUT THE AUTHOR

...view details