ଓଡିଶା

odisha

ETV Bharat / business

13 ଲକ୍ଷ ପିଏଫ ଆକାଉଣ୍ଟଧାରୀ 4684.52 କୋଟି ଟଙ୍କା ଉଠାଇଛନ୍ତି

ଲକଡାଉନ ମଧ୍ୟରେ ସରକାର ଦେଇଥିବା ସୁଯୋଗର ଫାଇଦା ଉଠାଇ ଏବେ ସୁଦ୍ଧା 13 ଲକ୍ଷ ଆକାଉଣ୍ଟଧାରୀ 4684.52 କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

13 lakh pf account holders withdraw rs 4684.52 crore
13 ଲକ୍ଷ ପିଏଫ ଆକାଉଣ୍ଟଧାରୀ 4684.52 କୋଟି ଟଙ୍କା ଉଠାଇଛନ୍ତି

By

Published : Apr 28, 2020, 11:08 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟକୁ ନଜରରେ ରଖି ପିଏଫ ଆକାଉଣ୍ଟଧାରୀ ସେମାନଙ୍କ ଟଙ୍କା ଉଠାପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ଏହାର ଫାଇଦା ଉଠାଇ ଲକଡାଉନରେ ପିଏଫ ଆକାଉଣ୍ଟଧାରୀ ତୀବ୍ର ବେଗରେ ଟଙ୍କା ଉଠାଉଛନ୍ତି ।

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ) ଅନୁଯାୟୀ, ଏ ପର୍ଯ୍ୟନ୍ତ ପ୍ରାୟ 13 ଲକ୍ଷ ଆକାଉଣ୍ଟଧାରୀ ଏହି ସୁବିଧା ପାଇଛନ୍ତି । ତାଙ୍କ ଦାବି ଉପରେ 4684.52 କୋଟି ଟଙ୍କା ପ୍ରଦାନ କରାଯାଇଛି । ଖାସ କଥା ଯେ, 7.40 ଲକ୍ଷ ଦାବି ପ୍ରଧାନମନ୍ତୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ସହିତ ଜଡିତ ।

ମନ୍ତ୍ରାଣଳୟ ଅନୁଯାୟୀ, ଛାଡ ହୋଇଥିବା ପିଏଫ ଟ୍ରଷ୍ଚରୁ ଟଙ୍କା ପ୍ରତ୍ୟାହାର ସଂଖ୍ୟା ବୃଦ୍ଧି ପାଇଛି । ଏପ୍ରିଲ 27ର ତଥ୍ୟ ଅନୁଯାୟୀ ମୋଟ 79,743 ରିହାତି ପ୍ରାପ୍ତ ପିଏଫ ଟ୍ରଷ୍ଟ ଆକାଉଣ୍ଟଧାରୀ 875.52 କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି ।

ଏଭଳି ଭାବେ 222 ବେସରକାରୀ ପ୍ରତିଷ୍ଠାନର 54641 ଆକାଉଣ୍ଟଧାରୀ 338.23 କୋଟି ଟଙ୍କା ପ୍ରତ୍ୟାହାର କରିଥିବାବେଳେ 76 ସରକାରୀକ୍ଷେତ୍ର ପ୍ରତିଷ୍ଠାନର 24178 ହିତାଧିକାରୀ ସେମାନଙ୍କ ଆକାଉଣ୍ଟରୁ 524.75 କୋଟି ଟଙ୍କା ଉଠାଇଛନ୍ତି । ସେହିଭଳି 23ଟି ସମବାୟ କ୍ଷେତ୍ର ପ୍ରତିଷ୍ଠାନଗୁଡିକ 924 ଆକାଉଣ୍ଟଧାରୀଙ୍କୁ 12.54 କୋଟି ଟଙ୍କା ଦେଇଛନ୍ତି।

ABOUT THE AUTHOR

...view details