ଓଡିଶା

odisha

By

Published : Feb 25, 2020, 11:48 PM IST

Updated : Feb 25, 2020, 11:53 PM IST

ETV Bharat / business

2019 ଡିସେମ୍ବରରେ ସୃଷ୍ଟି ହୋଇଥିଲା 12.67 ଲକ୍ଷ ନିଯୁକ୍ତି: ESIC

ବିରୋଧୀଙ୍କ ଟାର୍ଗେଟ ସତ୍ତ୍ବେ ସରକାରଙ୍କୁ ଆଶ୍ବସ୍ତି । ଗତବର୍ଷ ଡିସେମ୍ବରରେ 12.67 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ପକ୍ଷରୁ ଜାରି ଏକ ତଥ୍ୟରୁ ଜଣାଡିଛି । ଅଧିକ ପଢନ୍ତୁ...

ଗତବର୍ଷ ସୃଷ୍ଟି ହୋଇଥିଲା12.67 ଲକ୍ଷ ନିଯୁକ୍ତି: ESIC
ଗତବର୍ଷ ସୃଷ୍ଟି ହୋଇଥିଲା12.67 ଲକ୍ଷ ନିଯୁକ୍ତି: ESIC

ହାଇଦ୍ରାବାଦ: ଦେଶରେ ନିଯୁକ୍ତି ସୃଷ୍ଟିକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଥିବା ବେଳେ ଏହା ଉପରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହା କିଛି ପରିମାଣରେ କ୍ଷମତାସୀନ ସରକାରକୁ ଆଶ୍ୱସ୍ତ କରିପାରେ । ଗତବର୍ଷ ଡିସେମ୍ବରରେ 12.67 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ପକ୍ଷରୁ ଜାରି ଏକ ତଥ୍ୟରୁ ଜଣାପଡିଛି ।

ଅନ୍ୟପକ୍ଷେ ଆର୍ଥିକବର୍ଷ 2018-19ରେ ଇଏସଆଇସି ସହ ନୂଆ ଗ୍ରାହକଙ୍କ ସଫଳ ନାମାଙ୍କନ 1.49 କୋଟି ଥିଲା ବୋଲି NSOର ଏକ ରିପୋର୍ଟରୁ ଜଣାପଡିଛି । ଏହାସହ 2017 ଡିସେମ୍ବରରୁ 2019 ପର୍ଯ୍ୟନ୍ତ ପାଖାପାଖି 3.50 କୋଟି ନୂଆ ଗ୍ରାହକ ଇଏସଆଇସି ଯୋଜନାରେ ସାମିଲ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

NSO ରିପୋର୍ଟ ଇଏସଆଇସି ଦ୍ବାରା ପରିଚାଳିତ ବିଭିନ୍ନ ପେନସନ ଫଣ୍ଡର ପାରୋଲ ଡାଟା ଉପରେ ଆଧାରିତ । 2017-18ରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ NSO ନୂଆ ଗ୍ରାହକଙ୍କ ପାରୋଲ ଡାଟା ଜାରି କରିଛି । 2019ରେ ଇପିଏଫଓରେ 10.08 ଲକ୍ଷ କର୍ମଚାରୀ ଯୋଡି ହୋଇଥିବା ବେଳେ ସେହି ବର୍ଷ ନଭେମ୍ବରରେ ଏହା 10.09 ଲକ୍ଷ ଥିଲା ।

Last Updated : Feb 25, 2020, 11:53 PM IST

ABOUT THE AUTHOR

...view details