ଓଡିଶା

odisha

ETV Bharat / business

ଫେଷ୍ଟିଭଲ ସେଲ: ପ୍ରତି ସେକେଣ୍ଡରେ 110 ଅର୍ଡର ପାଉଛି ଫ୍ଲିପକାର୍ଟ - flipkart

ଫ୍ଲିପକାର୍ଟ ଏହାର ବାର୍ଷିକ ପାର୍ବଣ ସେଲ ମଧ୍ୟରେ ପ୍ରତି ସେକେଣ୍ଡ 110 ଅର୍ଡର ପାଇଛି । ମୋବାଇଲ ଫୋନ, ଫ୍ୟାସନ ଓ ଫର୍ନିଚର ସମେତ ବିଭିନ୍ନ ବର୍ଗରେ ଏହି ଅର୍ଡର ମିଳିଛି । ଅଧିକ ପଢନ୍ତୁ..

ଫେଷ୍ଟିଭଲ ସେଲ:  ପ୍ରତି ସେକେଣ୍ଡରେ 110 ଅର୍ଡର ପାଉଛି ଫ୍ଲିପକାର୍ଟ
ଫେଷ୍ଟିଭଲ ସେଲ: ପ୍ରତି ସେକେଣ୍ଡରେ 110 ଅର୍ଡର ପାଉଛି ଫ୍ଲିପକାର୍ଟ

By

Published : Oct 22, 2020, 5:25 PM IST

ନୂଆଦିଲ୍ଲୀ: ଫେଷ୍ଟିଭଲ ସେଲରେ ଇ-କମର୍ସ କମ୍ପାନୀ ମାଲାମାଲ । ଫ୍ଲିପକାର୍ଟ କହିଛି କି କମ୍ପାନୀ ଏହାର ବାର୍ଷିକ ପାର୍ବଣ ସେଲ ମଧ୍ୟରେ ପ୍ରତି ସେକେଣ୍ଡ 110 ଅର୍ଡର ପାଇଛି । ମୋବାଇଲ ଫୋନ, ଫ୍ୟାସନ ଓ ଫର୍ନିଚର ସମେତ ବିଭିନ୍ନ ବର୍ଗରେ ଏହି ଅର୍ଡର ମିଳିଛି ।

କମ୍ପାନୀର ବାର୍ଷିକ ପାର୍ବଣ ସେଲ ବିଗ ବିଲିୟନ ଡେଜ ଅକ୍ଟୋବର 16ରୁ 21 ମଧ୍ୟରେ ଚାଲିଥିଲା । କମ୍ପାନୀର ପ୍ଲସ ସଦସ୍ୟଙ୍କ ପାଇଁ ଏହା ଅକ୍ଟୋବର 15ରୁ ଆରମ୍ଭ ହୋଇଥିଲା । ୱାଲମାର୍ଟର ମାଲିକାନାରେ ଥିବା ଫ୍ଲିପକାର୍ଟ ଏବେ ସୁଦ୍ଧା ମୋଟ ଅର୍ଡର ସଂଖ୍ୟା କହିନାହିଁ । କିନ୍ତୁ କମ୍ପାନୀ କହିଛି କି ମୋବାଇଲ , ଫ୍ୟାସନ ଓ ଫର୍ନିଚର ଭଳି ବର୍ଗରେ ଗତ ବର୍ଷ ତୁଳନାର ଏଥର ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି ।

କମ୍ପାନୀ ଦର୍ଶାଇଛି କି ସେଲ ସମୟରେ ଏହାର ପ୍ଲାର୍ଟଫର୍ମରେ 66.6 କୋଟିରୁ ଅଧିକ ଥର ଭିଜିଟ ହୋଇଛି ।

କମ୍ପାନୀର ଉପ-ସଭାପତି (ଗ୍ରାହକଙ୍କ ବୃଦ୍ଧି ଏବଂ ଯୋଗଦାନ) ନନ୍ଦିତା ସିହ୍ନା କହିଛନ୍ତି ଯେ, ଫ୍ଲିପକାର୍ଟର ଲକ୍ଷ୍ୟ ହେଉଛି ଗ୍ରାହକଙ୍କୁ ସେଲ ମାଧ୍ୟମରେ ପୁନର୍ବାର କିଣିବାକୁ ଉତ୍ସାହିତ କରିବା । ଗ୍ରାହକଙ୍କ ଉତ୍ସାହୀ ସମର୍ଥନ ଦ୍ବାରା ପ୍ରତି ପ୍ରକାରର ଯୋଗାଣ ଶୃଙ୍ଖଳାରେ ଉନ୍ନତ ଦେଖିବାକୁ ମିଳିଛି |

ABOUT THE AUTHOR

...view details