ନୂଆଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର 2019-20 ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ଆୟକର ଦାଖଲ କରିବାରେ ଆଉ ପ୍ୟାନ୍ ବଦଳରେ ଆଧାରକାର୍ଡ ମଧ୍ୟ ବ୍ୟବହାର କରାଯାଇପାରିବ । ପ୍ୟାନ୍ କାର୍ଡ ଆଉ ବାଧ୍ୟତାମୂଳକ ନୁହେଁ ବୋଲି ଦର୍ଶାଯାଇଛି ।
ବଜେଟ 2019: ଆୟକର ଦାଖଲ ପାଇଁ ପ୍ୟାନ୍ ଜରୁରୀ ନୁହେଁ
ଆୟକର ଦାଖଲ ସମୟରେ ଏଥର ଆଉ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ ନୁହେଁ । ଏହା ବଦଳରେ ଆଧାର କାର୍ଡ ବ୍ୟବହାର କରାଯାଇପାରିବା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।
ଡିଜାଇନ ଫଟୋ
ଭାରତର 120 କୋଟିରୁ ଅଧିକ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି । ତେଣୁ ଆୟକର ଦାଖଲ କରିବା ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଧାରକୁ ମଧ୍ୟ ବ୍ୟବହାର କରାଯାଇପାରିବ । ତେଣୁ ପ୍ୟାନ୍ ବାଧ୍ୟତାମୂଳକ ନୁହେଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏଥର ଯାହା ପାଖରେ ପ୍ୟାନ୍ କାର୍ଡ ନାହିଁ ସେମାନେ ଆଧାର କାର୍ଡ ନମ୍ବର ଦେଇ ଆୟକର ଦାଖଲ କରିପାରିବେ । 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।