ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ(2020-21)ର ପ୍ରଥମ ଦିନରୁ ବେହାଲ ବଜାର । ବୁଧବାର ସେନସେକ୍ସ ଓ ନିଫ୍ଟି ହ୍ରାସ ଯୋଗୁଁ ନିବେଶକଙ୍କ 3,20,633.05 କୋଟି ଟଙ୍କା ଧୋଇ ହୋଇଯାଇଛି । ଏ ନେଇ ଚିନ୍ତାରେ ନିବେଶକ ।
କୋରୋନା ଭାଇରସ ତାଣ୍ଡବରେ ପୁଞ୍ଜି ବଜାର ଧରାଶାୟୀ ହେଉଛି । ସେୟାର ସୂଚକାଙ୍କ ଭାରୀ ହ୍ରାସ ସହ ବନ୍ଦ ହୋଇଛି । ବୁଧବାର ବିଏସଇ ସେନସେକ୍ସ 1,203.18 ପଏଣ୍ଟ ଖସି 28,265.31ରେ କାରବାର ବନ୍ଦ କରିଛି । ଏଥିସହ ବିଏସଇରେ ସୂଚୀବଦ୍ଧ କମ୍ପାନୀର ବଜାର ପୁଞ୍ଜିକରଣ 1,10,28,123.54କୁ ହ୍ରାସ ପାଇଛି । ଯାହାକି ପୂର୍ବରୁ 3,20,633.05 କୋଟି ଥିଲା ।