ମାଲକାନଗିରି: ଶୁକ୍ରବାର ଲୋକସଭାରେ ଆଗତ ହୋଇଛି ବଜେଟ-2019 । ଦେଶର ପ୍ରଥମ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବା ପରେ ବିଭିନ୍ନ ମହଲରୁ ଛୁଟୁଛି ପ୍ରତିକ୍ରିୟା । ଏନେଇ ଶୁଣନ୍ତୁ ମାଲକାନିଗିରିରେ କ’ଣ ରହିଛି ବଜେଟ-2019କୁ ନେଇ ପ୍ରତିକ୍ରିୟା ।
ବୁଦ୍ଧିଜୀବୀଙ୍କ କହିବା ମୁତାବକ ଆଗତ ହୋଇଥିବା ବଜେଟରେ ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ଗୁରୁତ୍ବ ଦିଆଯାଉଥିବା ବେଳେ ମଧ୍ୟମ ତଥା ଶ୍ରମିକ ଶ୍ରେଣୀଙ୍କ ଲୋକଙ୍କୁ ଅଣଦେଖା କରାଯାଇଛି । ସେହିପରି ଏହି ବଜେଟ ନିର୍ବାଚନୀ ନାରାର ସମ୍ପୂର୍ଣ୍ଣ ବିପରୀତ ପ୍ରତିଫଳନ । ନା ରାଜସ୍ବ ଅର୍ଥ ନା କେନ୍ଦ୍ର ଅର୍ଥକୁ ବ୍ୟବହାର କରାଯାଉଛି ।