ପ୍ରତିବର୍ଷ ଫେବ୍ରୁଆରୀ ୨୨ ତାରିଖରେ ପାଳନ କରାଯାଏ ବିଶ୍ବ ଏନସେଫାଲିଟିସ ବା ମସ୍ତିଷ୍କ ଜର ଦିବସ । ଏହି ଜ୍ବର ନେଇ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ୨୦୧୪ରେ ଏନସେଫାଲିଟିସ ସୋସାଇଟି ପକ୍ଷରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । ଏହି ବର୍ଷ ଏନସେଫାଲିଟିସ ସୋସାଇଟିର ଥିମ ହେଉଛି – ଲାଇଟ୍ସ , କ୍ୟାମେରା,ଆକସନ୍ । ଏନସେଫାଲିଟିସ ସୋସାଇଟି ଅନୁସାରେ ପ୍ରତିବର୍ଷ ୫୦୦, ୦୦୦ ଶିଶୁ ଓ ବୟସ୍କ ଏନସେଫାଲିଟିସରେ ପ୍ରଭାବିତ ହୋଇଥାଆନ୍ତି । ପ୍ରତି ମିନିଟରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥାନ୍ତି ।
ଏନସେଫାଲିଟିସ କ’ଣ ଓ ଏହା କେତେ ପ୍ରକାର ?
ମସ୍ତିଷ୍କର ଜ୍ବଳନ ବା ପ୍ରଦାହ ହିଁ ଏନସେଫାଲିଟିସ । ଏହା ପ୍ରାୟତଃ ଭାଇରାଲ ସଂକ୍ରମଣ ବା ବ୍ରେନ ଟିସୁକୁ ଭୁଲବଶତଃ ପ୍ରତିରୋଧ ବ୍ୟବସ୍ଥା ଆକ୍ରମଣ କଲେ ଏନସେଫାଲିଟିସ ହୋଇଥାଏ । ଭାଇରସ ହିଁ ଏନସେଫାଲିଟିସର କାରଣ ହୋଇଥାଏ । କ୍ବଚିତ କ୍ଷେତ୍ରରେ ବ୍ୟାକଟେରିଆ ଏନସେଫାଲିଟିସର କାରଣ ହୋଇଥାଏ ।
ଏନସେଫାଲିଟିସକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଏନସେଫାଲିଟିସ ସୋସାଇଟି ଦ୍ବାରା ଏହି ରୋଗର ଶ୍ରେଣୀ ବିଭାଗ କରାଯାଇଛି । ଯେତେବେଳେ ଏକ ସଂକ୍ରମଣ ମସ୍ତିଷ୍କକୁ ଆକ୍ରମଣ କରେ,ତେବେତାହା ସଂକ୍ରାମକ ଏନସିଫାଲିଟିସ ଭାବେ ପରିଚିତ ହୁଏ ।
ଏହା ପୁଣି ବିଭିନ୍ନ ବିଭାଗରେ ବିଭକ୍ତ । ସେଗୁଡିକ ହେଲା –
୧. ଆମୋବିକ ମେନ୍ନିଙ୍ଗୋଏନସେଫାଲିଟିସ
୨.ଚିକୁନଗୁନିୟା ଏନସେଫାଲିଟିସ
୩.ଏଂଟେରୋଭାଇରସ ଏନସେଫାଲିଟିସ
୪. ହରପିସ ସିଂପଲେକ୍ସ ଭାଇରସ ଏନସେଫାଲିଟିସ
୫.ଜାପାନୀଜ୍ ଏନସେଫାଲିଟିସ
୬.ମିଜଲ୍ସ ଇନଫେକସନ ଆଣ୍ଡ୍ ଏମସେଫାଲିଟିସ
୭.ରାବିଜ୍
୮.ଟିକ୍ ବର୍ନ ଏନସେଫାଲିଟିସ ( ଟିବିଇ )
୯. ୱେଷ୍ଟ ନାଇଲ୍ ଏନସେଫାଲିଟିସ
୧୦.ଜିକା ଭାଇରସ ଇନଫେକସନ
ଯେତେବେଳେ ଶରୀରର ହିଁ ପ୍ରତିରୋଧକ ବ୍ୟବସ୍ଥା ଭୁଲବଶତଃ ବ୍ରେନ ଟିସୁକୁ ଆକ୍ରମଣ କରେ, ତେବେ ଏହା ଅଟୋ-ଇମ୍ୟୁନୋ ଏନସେଫାଲିଟିସ ଭାବେ ଜଣାଶୁଣା । ଏହାର ମଧ୍ୟ ପ୍ରକାର ଭେଦ ରହିଛି। ସେଗୁଡିକ ହେଲା –
୧.ଆକ୍ୟୁଟ ଡିସେମିନେଟେଡ୍ ଏନସେଫାଲୋମିଲିଟିସ ( ଏଡିଇଏମ)
୨. ଶିଶୁଙ୍କ ମଧ୍ୟରେ ଆକ୍ୟୁଟ ଡିସେମିନେଟେଡ୍ଏ ନସେଫାଲୋମିଲିଟିସ୍
୩. ହାସିମୋତୋସ୍ ଏନସିଫାଲୋପ୍ୟାଥି
୪. ଆଂଟିବଡି ଏନସେଫାଲିଟିସ
୫. ଲିମ୍ବିକ ଏନସେଫାଲିଟିସ
୬. ନମ୍ଡାର ଆଂଟିବଡି ଏନସେଫାଲିଟିସ
୭. ରସମୁଜେନସ ଏନସେଫାଲିଟିସ
ଅନ୍ୟାନ୍ୟ ଏନସେଫାଲିଟିସ ହେଲା –
୧. ଏନସେଫାଲିଟିସ ଲେଥାର୍ଜିକା
୨.ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ( ଏଚଆଇଭି ) ଆଣ୍ଡ୍
ଦି ବ୍ରେନ
୩.ଏସଏସପିଇ
ଲକ୍ଷଣ
ସଂକ୍ରାମକ ଏନସେଫାଲିଟିସରେ ପ୍ରଥମେ ପ୍ରଥମେ ବ୍ୟକ୍ତିଠାରେ ଫ୍ଲୁ ସଦୃଶ ଲକ୍ଷଣ ଦେଖାଯିବା । ଯେପରିକି ଜ୍ବର ଓ ମୁଣ୍ଡବ୍ୟଥା ଇତ୍ୟାଦି । ହେଲେ ଲକ୍ଷଣ ଆହୁରି ଜଟିଳ ହୋଇପାରେ । ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ ଅନୁସାରେ ଉଚ୍ଚ ଜ୍ବର, ମୁଣ୍ଡବ୍ୟଥା, ଆଲୋକ ସମ୍ବେଦନଶୀଳତା, ବେକ ଓ ପିଠିରେ ଅଚଳାବସ୍ଥା, ବାନ୍ତି,ସଂଶୟ ଓ ଗୁରୁତର କ୍ଷେତ୍ରରେ ମୁର୍ଚ୍ଛା, ପାରାଲିସିସ ଓ କୋମା ହୋଇଥାଏ ।
ଏନସେଫାଲିଟିସ ସୋସାଇଟି ଅନୁସାରେ ଅଟୋଇମ୍ୟୁନ ଏନସେଫାଲିଟିସରେ ଲକ୍ଷଣ ଟିକେ ଅଲଗା ଥାଏ । ଏନସେଫାଲିଟିସ ସଂପର୍କିତ ଆଂଣ୍ଟିବଡି ଉପରେ ଲକ୍ଷଣ ନିର୍ଭର କରେ । ସଂଶୟ, ଅଲଟେରଡ୍ ପର୍ସନାଲିଟି, ସାଇକୋସିସ୍, ଚଳପ୍ରଚଳ ବିଶୃଙ୍ଖଳା, ଅବଚେତନ, ସ୍ମରଣ ଶକ୍ତି ହ୍ରାସ ଓ ନିଦ୍ରାହୀନତା ଭଳି ଲକ୍ଷଣ ଦେଖାଯାଏ।
ଚିହ୍ନଟ ଓ ଚିକିତ୍ସା
ଏମଆରଆଇ ବା ସିଟି ସ୍କାନ, ଲୁମ୍ବର ପଙ୍କଚର, ଇଲେକଟ୍ରୋଏନସେଫାଲୋଗ୍ରାମ (ଇଇଜି ), ବ୍ଲଡ ଟେଷ୍ଟ୍ ଜରିଆରେ ରୋଗ ଚିହ୍ନଟ କରିହେବ । ଥରେ ରୋଗ ଚିହ୍ନଟ ହୋଇଗଲେ, ଏହାର ପ୍ରକାର ଓ ଲକ୍ଷଣ ଅନୁସାରେ ରୋଗୀର ଚିକିତ୍ସା କରାଯାଏ।
ଲକ୍ଷଣ ଦୂର କରିବା ହେଉଛି ଏନସେଫାଲିଟିସ ଚିକିତ୍ସାର ମୂଳ ଲକ୍ଷ୍ୟ । ଯଦି ଭାଇରାଲ ଇନଫେକସନ ଦ୍ବାରା ରୋଗ ସୃଷ୍ଟି ହୋଇଥିବ, ତାହା ହେଲେ ତାଙ୍କୁ ଆଂଣ୍ଟିଭାଇରଲ ଔଷଧ ଦ୍ବାରା ବି ଚିକିତ୍ସା କରାଯାଇପାରିବ। ବ୍ୟାକଟେରିଆଲ ଟାଇପ ପାଇଁ ଆଂଣ୍ଟିବାୟୋଟିକ୍ସ ଦ୍ବାରା ଚିକିତ୍ସା କରାଯାଇପାରିବ ।
ଅଟୋଇମ୍ୟୁନ ଏନସେଫାଲିଟିସ ହୋଇଥିଲେ,ତାହା ହେଲେ ରୋଗୀଙ୍କୁ ଇମ୍ୟୁନୋମୋଡ୍ୟୁଲେଟରି ଔଷଧ ଦ୍ବାରା ଚିକିତ୍ସା କରାଯାଇପାରିବ । ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା କରା ନଗଲେ , ସେମାନଙ୍କର ସମସ୍ୟା ବୃଦ୍ଧି ପାଇବ । ସ୍ମରଣ ଶକ୍ତି ହ୍ରାସ, ବ୍ୟବହାରିକ ବିଶୃଙ୍ଖଳା, ଅପସ୍ମାର ଭଳି ସମସ୍ୟାର ସେମାନେ ସାମନା କରିବେ । ତେଣୁ ଉପରୋକ୍ତ ଲକ୍ଷଣ ସବୁ ଦେଖାଦେଲେ ତୁରନ୍ତଚିକିତ୍ସା ଆରମ୍ଭ କରିବା ଜରୁରୀ ।