ଓଡିଶା

odisha

ETV Bharat / briefs

'ଦଳକୁ ନୁହେଁ, ଭଲ ପ୍ରାର୍ଥୀକୁ ଦେବୁ ଭୋଟ'

ତୃତୀୟ ପର୍ଯ୍ୟାୟ ମତଦାନ ନେଇ ଉତ୍ସାହିତ ମହିଳା ଭୋଟ । ଆହ୍ବାନ ଦେଇ ଯେଉଁ ପ୍ରାର୍ଥୀ କାମ କରିବ ସେଭଳି ପ୍ରାର୍ଥୀ ଚୟନ କରିବୁ । ଏଭଳି କିଛି ମତ ରଖିଛନ୍ତି ପ୍ରଥମ କରି ଭୋଟ ଦେବାକୁ ଯାଉଥିବା ମହିଳା ଭୋଟର ।

By

Published : Apr 23, 2019, 4:58 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ପ୍ରଥମ, ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ଲଢେଇ ପାଇଁ ଉତ୍ସାହିତ ଭୋଟର। ତେବେ ପ୍ରଥମ କରି ଭୋଟ ଦେବାକୁ ଯାଉଥିବା ଭୋଟର ନିଜ ମତଦାନ ସାବ୍ୟସ୍ତ କରି ଦେଶ ଗଠନ କରିବେ । ଯାହାର ପ୍ରତିକ୍ରିୟା ନେବାକୁ ଇଟିଭି ଭାରତ ଟିମ ଭେଟିଥିଲା ରାଜଧାନୀର କିଛି ମହିଳା ଭୋଟରଙ୍କୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବିଗତ 5 ବର୍ଷ ନୁହେଁ, ଆଗାମୀ 5 ବର୍ଷକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବୁ । ଏଭଳି କିଛି ମତ ରଖିଛନ୍ତି ପ୍ରଥମ କରି ମତଦାନ ଦେବାକୁ ଯାଉଥିବା ଭୋଟର । ନାରୀ ସୁରକ୍ଷା ଏବଂ ବେରୋଜଗାରୀ ରହିବ ମହିଳା ଭୋଟରଙ୍କ ଫୋକସରେ । ଯିଏ ଦଳକୁ ପଛରେ ରଖି ଜନତାଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବ ସେଭଳି ପ୍ରାର୍ଥୀକୁ ନିର୍ବାଚନୀ ବୈତରଣୀ ପାର କରାଇବେ ବୋଲି ମହିଳା ଭୋଟ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details