ବରଗଡ଼: ସାରାବିଶ୍ବରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗୁଥିବାରୁ ସମସ୍ତ ରାଜ୍ୟବାସୀ ଆତଙ୍କିତ । ତେବେ ବରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 କୁ ପହଞ୍ଚିଥିବାରୁ ବରଗଡ ଜିଲ୍ଲାବାସୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ଏହାକୁ ପ୍ରତିହତ କରିବା ପାଇଁ କିଛି ସ୍ଥାନରେ ଲୋକ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି ।
କୋରୋନା ମୁକ୍ତ ବିଶ୍ବ ପାଇଁ ମହିଳାଙ୍କ ସାମୂହିକ ପୂଜା - ପୂଜାର୍ଚ୍ଚନା
ବରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 କୁ ପହଞ୍ଚିଥିବାରୁ ବରଗଡ ଜିଲ୍ଲାବାସୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ଏଭଳି ସ୍ଥିତିରେ ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବରପଦର ଗ୍ରାମର ମହିଳାମାନେ ବାବା ଦକ୍ଷିଣେଶ୍ୱର ମନ୍ଦିରରେ ସାମୁହିକ ପୂଜାର୍ଚ୍ଚନା କରିବା ସହିତ ହୋମ କାର୍ଯ୍ୟ ଓ ଭାଗବତ କଥାର ଆୟୋଜନ କରିଥିବା ଦେଖିବାକୁ ମିଳିଛି ।ଅଧିକ ପଢନ୍ତୁ...
![କୋରୋନା ମୁକ୍ତ ବିଶ୍ବ ପାଇଁ ମହିଳାଙ୍କ ସାମୂହିକ ପୂଜା ବିଶ୍ଵକୁ କୋରୋନା ମୁକ୍ତ କରିବା ପାଇଁ ସାମୁହିକ ପୂଜା କାଲେ ମହିଳା](https://etvbharatimages.akamaized.net/etvbharat/prod-images/768-512-11:17-od-bar-samuhikpuja-photo1-dry-7203682-02062020234949-0206f-1591121989-333.jpeg)
ବିଶ୍ଵକୁ କୋରୋନା ମୁକ୍ତ କରିବା ପାଇଁ ସାମୁହିକ ପୂଜା କାଲେ ମହିଳା
ଏଭଳି ସ୍ଥିତିରେ ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବରପଦର ଗ୍ରାମର ମହିଳାମାନେ ବାବା ଦକ୍ଷିଣେଶ୍ୱର ମନ୍ଦିରରେ ସାମୁହିକ ପୂଜାର୍ଚ୍ଚନା କରିବା ସହିତ ହୋମ କାର୍ଯ୍ୟ ଓ ଭାଗବତ କଥାର ଆୟୋଜନ କରିଥିବା ଦେଖିବାକୁ ମିଳିଛି । ଭଗବାନ ସମସ୍ତ ବିଶ୍ଵବସୀଙ୍କୁ କରୋନା ମହାମାରୀରୁ ରକ୍ଷା କରନ୍ତୁ ବୋଲି ମହିଳାମାନେ ଏକତ୍ରିତ ହୋଇ ସାମୂହିକ ପୂଜାର୍ଚ୍ଚନା କରିଛନ୍ତି । ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ସୁନିତା ହୋତାଙ୍କ ପରିଚାଳନାରେ ଗ୍ରାମର ମନ୍ଦିରରେ ଏହି ପୂଜା ଆୟୋଜନ କରାଯାଇଥିଲା |
ବରଗଡ଼ରୁ ରାଜେଶ ସରପ, ଇଟିଭି ଭାରତ