ଓଡିଶା

odisha

ETV Bharat / briefs

ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିଲା ନୂଆ ନିଯୁକ୍ତି

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିଲା ନୂଆ ନିଯୁକ୍ତି, ପାକିସ୍ତାନରୁ ମୁକ୍ତ ହେବା ପରେ ଏହା ଅଭିନନ୍ଦନଙ୍କ ପ୍ରଥମ ନିଯୁକ୍ତି ।

By

Published : May 13, 2019, 1:57 PM IST

Updated : May 13, 2019, 3:22 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତୀୟ ବୀର ତଥା ଚର୍ଚ୍ଚିତ ବାୟୁସେନା କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ନୂଆ ନିଯୁକ୍ତି ମିଳିଥିବା କୁହାଯାଉଛି । ଅଭିନନ୍ଦନଙ୍କୁ ରାଜସ୍ଥାନର ସୁରଥଗଡ ବାୟୁସେନାର ଏୟାରବେସରେ ନିଯୁକ୍ତି ମିଳିଥିବା ଜଣାପଡିଛି ।

ଜୈନିକ ବାୟୁସେନା ଅଧିକାରୀ କହିଛନ୍ତି ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗତ ଶନିବାର ରାଜସ୍ଥାନରେ ନିଯୁକ୍ତି ଦିଆଯାଇଛି । ତେବେ ସୁରକ୍ଷା କାରଣରୁ ଅଧିକ କିଛି ସ୍ପଷ୍ଟ କରାଯାଇ ପାରିବ ନାହିଁ । ଗତ କିଛି ଦିନ ତଳେ ଅଭିନନ୍ଦନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟରେ ପ୍ରକାଶ ପାଇଥିଲା । ଏହି ଭିଡିଓରେ ଅଭିନନ୍ଦନ ଜମ୍ମୁକାଶ୍ମୀରରେ ନିଜ ସାଥୀ ଜବାନଙ୍କ ସହ ଫଟୋ ଉଠାଇବା ସହ ମସ୍ତୀ କରୁଥିଲେ ଯେଉଁଥିରେ ସେ ବାୟୁସେନାର ୟୁନିଫର୍ମରେ ଥିଲେ । ଏହିଠାରୁ ଅନୁମାନ କରାଯାଉଥିଲା ଅଭିନନ୍ଦନଙ୍କୁ ପୁନଃନିଯୁକ୍ତି ମିଳିଛି ।

ସୂଚନା ଥାଉକି ଭାରତ ପକ୍ଷରୁ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ପ୍ରତି ଆକ୍ରମଣ ପାଇଁ ପାକ୍ ନିଜ ଲଢୁଆ ବିମାନ ଏଫ-16କୁ ଭାରତ ଅଭିମୁଖେ ପଠାଇଥିଲା ଯାହାକୁ ଯୋଦ୍ଧା ଅଭିନନ୍ଦନ ପ୍ରତିହତ କରିଥିଲେ । ତେବେ ସେ ଭୁଲବଶତଃ ପାକିସ୍ତାନରେ ଖସିପଡିଥିଲେ । ତାଙ୍କୁ ପାକ୍ ସେନା ନିଜ ହେପାଜତକୁ ନେବା ସହ ବନ୍ଦୀ ରଖିଥିଲା । ତେବେ ଆନ୍ତଜାର୍ତୀୟ ଚାପ ଆଗରେ ପାକିସ୍ତାନ ମୁଣ୍ଡନୁଆଁଇବା ସହ 60 ଘଣ୍ଟା ପରେ ଅଭିନନ୍ଦନଙ୍କୁ ଛାଡିଥିଲା ।

Last Updated : May 13, 2019, 3:22 PM IST

ABOUT THE AUTHOR

...view details