ଓଡିଶା

odisha

ETV Bharat / briefs

ଏରସମାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ - Minister Raghunandan Das

ବାତ୍ୟା ୟଶ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ନେଇ ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୋମବାର ଏରସମା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ...

Minister Raghunandan Das
Minister Raghunandan Das

By

Published : May 24, 2021, 10:23 PM IST

ଜଗତସିଂହପୁର: ବାତ୍ୟା ୟଶ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ନେଇ ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୋମବାର ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାର ଏରସମା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି ।

ଏରସମାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ

ଗତ 1999 ମହାବାତ୍ୟା ଓ ପରବର୍ତ୍ତୀ ବାତ୍ୟାରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଲୋକଙ୍କ ମନରେ ଏ ନେଇ ଅନେକ ଆଶଙ୍କା ରହିଛି । ବାତ୍ୟା ୟଶ ଦ୍ବାରା ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ଏଠାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ଏରସମାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ
ଏରସମାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ

ଏହି କାର୍ଯ୍ୟର ଆଜି ତଦାରଖ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ସ୍ଥାନୀୟ ବିଡିଓ କୈଳାସ ବେହେରା, ତହସିଲଦାର ପ୍ରଜ୍ଞାନନ୍ଦନ ଦାସ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ ବ୍ଲକର ଢିଙ୍କିଆ ପଞ୍ଚାୟତର ଗଡକୁଜଙ୍ଗ, ନୋଳିଆ ସାହି ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି ମନ୍ତ୍ରୀ । ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଲୋକମାନଙ୍କୁ ସଚେତନ ଓ ସତର୍କ ରହି ବାତ୍ୟାର ମୁକାବିଲା କାର୍ଯ୍ୟ ତଦାରଖ କରିଛନ୍ତି ମନ୍ତ୍ରୀ ।

ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details