ଓଡିଶା

odisha

ETV Bharat / briefs

ରାଜଧାନୀବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି ୱାଟର ଏଟିଏମ - smart city

ଫେଲ ମାରିଛି ବିଏମସିର ୱାଟର ଏଟିଏମ ପ୍ରକଳ୍ପ । ଦୀପ ତଳ ଅନ୍ଧାର ଭଳି ବିଏମସି ନିକଟରେ ଥିବା କୋର୍ଟ ପରିସରର ଏହି ୱାଟର ଏଟିଏମ ଜନ ସାଧାରଣଙ୍କ ଶୋଷ ମେଣ୍ଟାଇବାରେ ଅକ୍ଷମ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 27, 2019, 10:26 PM IST

ଭୁବନେଶ୍ବର: ହଜିଗଲା କି ୱାଟର ଏଟିଏମ ପ୍ରକଳ୍ପ । ସ୍ମାର୍ଟସିଟିରେ ଲୋକଙ୍କୁ ମିଳିବ ସ୍ବଚ୍ଛ ପାଣି, ଦୂର ହେବ ଜଳକଷ୍ଟ । ପାଣି ପାଇଁ କାହାକୁ ଡହଳବିକଳ ହେବାକୁ ପଡିବ ନାହିଁ । ଦୂଷିତ ପାଣି ପିଇ କୌଣସି ଶିଶୁକୁ କୁପୋଷଣର ଶିକାର ହେବାକୁ ପଡିବ ନାହିଁ । ୱାଟର ଏଟିଏମକୁ ନେଇ ଏମିତି କିଛି ଲମ୍ବା ପ୍ରତିଶ୍ରୁତି ଦେଇଥିଲା ବିଏମସି । କିନ୍ତୁ ଏ ଦୃଶ୍ୟକୁ ଦେଖିଲା ପରେ ଜାଣିପାରିବେ କେତେ କାର୍ଯ୍ୟକାରୀ ହୋଇଛି ପ୍ରଶାସନର ଏହି ପ୍ରତିଶ୍ରୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ଏ ଦୃଶ୍ୟ ହେଉଛି ବିଏମସିର ଅନତି ଦୂରରେ ଥିବା ଭୁବନେଶ୍ବର ବାର ଆସୋସିଏନ । କୋର୍ଟ ଆସୁଥିବା ଜନସାଧାରଣ ନିଜ ଶୋଷ ମେଣ୍ଟାଇବାକୁ ବାର ଆସୋସିଏନର ପରିସରରେ ଥିବା ୱାଟର ଏଟିଏମ ନିକଟରେ ପହଞ୍ଚିଥିଲେ । ହେଲେ ଏଟିଏମ ଖରାପ ଥିବାରୁ କଏନ ପକେଇବା ପରେ ବି ଆସିନଥିଲା ପାଣି । ଦୀପ ତଳ ଅନ୍ଧାର ଭଳି ବିଏମସି ନିକଟରେ ଥିବା କୋର୍ଟ ପରିସରର ଏହି ୱାଟର ଏଟିଏମ ।

ରାଜ୍ୟରେ ଦୈନନ୍ଦିନ ତାପମାତ୍ରା ବୃଦ୍ଧି ନେଇ ସତର୍କ ସୂଚନା ଜାରି କରୁଛନ୍ତି ପାଣିପାଗ ବିଭାଗ । ଆଉ ଏହି ଖରା ଦାଉରୁ ଜନସାଧାରଣଙ୍କୁ ଜଳକଷ୍ଟରୁ ଦୂରେଇ ରଖିବାକୁ ୨୦୧୬ ମସିହାରେ ବିଏମସି ଓ ଗୁଜୁରାଟର ପିରାମଲ ସର୍ଭେ ଜଳ ମିଳିତ ଉଦ୍ୟମରେ ୱାଟର ଏଟିଏମ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ପ୍ରାୟ ୪ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ୪୦ଟି ଜନଗହଳି ପୂର୍ଣ୍ଣ ସ୍ଥାନରେ ସ୍ପୋକ୍ ମଡେଲ ଆଧାରରେ ବସିଥିଲା ୱାଟର ଏଟିଏମ । କିନ୍ତୁ ବର୍ତ୍ତମାନ ୪୦ରୁ ଊର୍ଦ୍ଧ୍ବ ୱାଟର ଏଟିଏମ ଏବେ ଅଚଳ । ପ୍ରଚଣ୍ଡ ଖରାରେ ରାଜଧାନୀରେ ଏକାଧିକ ୱାଟର ଏଟିଏମର ଅକାମୀ ବିଏମସିର ମିଛ ପ୍ରତିଶ୍ରୁତିର ଚିତ୍ରକୁ ସ୍ପଷ୍ଟ କରୁଛି ।

ଫନି ପରେ ଏଠି କାମ କରୁନି ୱାଟର ଏଟିଏମ । ଏନେଇ ବାରମ୍ବାର ବିଏମସି କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରାଇଥିଲେ ସୁଦ୍ଧା ଫଳ ଶୂନ ବୋଲି ଭୁବନେଶ୍ବର ବାର ଆସୋସିଏସନର ଓକିଲ ଦେବାଶିଷ ସୁର କହିଛନ୍ତି ।

ସେପଟେ ବିଏମସି ବିଭାଗୀୟ ଯନ୍ତ୍ରୀ ସରୋଜ ମହାପାତ୍ରଙ୍କ ମତରେ ବିଏମସି ଅଞ୍ଚଳରେ ମୋଟ ୪୦ଟି ୱାଟର ଏଟିଏମ ଅଛି । ବାତ୍ୟା ପରେ ଅନେକ ନେଟୱାର୍କ ଅଭାବରୁ ଅଚଳ ହୋଇଛି । ତେଣୁ ପୂର୍ବରୁ ପ୍ରଚଳିତ ଏକ ଲୋକକଥା ଅନୁସାରେ ପାହାଡର ମୂଷିକ ଉପାଖ୍ୟାନ ଭଳି ବିଏମସି ବହୁ ଆଡମ୍ବରରେ ୱାଟର ଏଟିଏମ ପ୍ରକଳ୍ପ ହାତକୁ ନେଇଥିବାବେଳେ ଏହା ଏବେ ଲଘୁ କ୍ରିୟା ସଦୃଶ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details