ଓଡିଶା

odisha

ETV Bharat / briefs

କୁମ୍ବଲେଙ୍କୁ ସାମ୍ନା କରିବା ସହଜ ନଥିଲା: ସାଙ୍ଗାକାରା - ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରା

କୁମ୍ବଲେଙ୍କ ପାଇଁ ଜଣେ ବ୍ୟାଟ୍ସମ୍ୟାନ ଭାବେ ଏକାଧିକ ବାର ରାତିରେ ତାଙ୍କର ନିଦ ହଜିଯାଇଛି କହିଛନ୍ତି ସାଙ୍ଗାକାରା । ଅଧିକ ପଢନ୍ତୁ...

Anil kumble
Anil kumble

By

Published : May 21, 2021, 8:23 PM IST

ନୂଆଦିଲ୍ଲୀ: ଭାରତୀୟ ମହାନ ସ୍ପିନର ଅନିଲ କୁମ୍ବଲେଙ୍କୁ ନେଇ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କ ବଡ ବୟାନ ।

କୁମ୍ବଲେଙ୍କ ପାଇଁ ଜଣେ ବ୍ୟାଟ୍ସମ୍ୟାନ ଭାବେ ଏକାଧିକ ବାର ରାତିରେ ତାଙ୍କର ନିଦ ହଜିଯାଇଛି କହିଛନ୍ତି ସାଙ୍ଗାକାରା ।

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟ୍ବିଟ କରିଥିବା ଏକ ଭିଡିଓରେ ସାଙ୍ଗାକାରା କହିଛନ୍ତି, କୁମ୍ବଲେ ନିଜ ସମୟରେ ଜଣେ ଘାତକ ବୋଲର ଥିଲେ । ଡାହାଣହାତୀ ଲେଗସ୍ପିନର କୁମ୍ବଲେଙ୍କ ହାଇ ଆର୍ମ ଆକ୍ସନ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥାଏ । ପ୍ରତ୍ୟେକ ଖେଳାଳିଙ୍କ ପାଇଁ ସେ ଭିନ୍ନ ରଣନୀତି କରିଥାନ୍ତି ।

ଦ୍ରୁତ ଗତିରେ ବୋଲିଂ ସାଙ୍ଗକୁ ସିଧା ଓ ସେ ଚାହୁଁଥିବା ସଠିକ ସ୍ଥାନରେ ବୋଲିଂ କରୁଥିଲେ । ବଲର ଲେନ୍ଥ ଓ ଲାଇନ ସଠିକ ଯୋଗୁଁ ବାଉନ୍ସ ମଧ୍ୟ ମିଳୁଥିଲା କହିଛନ୍ତି ସାଙ୍ଗାକାରା । ଏଥିସହ କୁମ୍ବଲେ ଭାରତର ଓ ବିଶ୍ବର ଜଣେ ଚମ୍ପିଆନ ଖେଳାଳି ବୋଲି ମଧ୍ୟ କହିଛନ୍ତି ।

ଟେଷ୍ଟ ଓ ଦିନିକିଆ କ୍ରିକେଟରେ ଭାରତର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ୱିକେଟହାସଲକାରୀ ବୋଲର କୁମ୍ବଲେଙ୍କ ନାମରେ ଟେଷ୍ଟରେ 619 ଓ ଦିନିକିଆରେ 337 ୱିକେଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details