ନୂଆଦିଲ୍ଲୀ: ନ୍ୟୁୟର୍କରେ ସମଲିଙ୍ଗୀଙ୍କ ହୋଇଥିବା ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଫୋଟଟିରେ ଥିବା ଦୁଇ ସମଲିଙ୍ଗୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ଜଣଙ୍କ ସୀମାପାର ହୋଇଥିବା ବେଳେ ଜଣେ ଭାରତର ଓ ଅନ୍ୟ ଜଣେ ପାକିସ୍ତାନର ବୋଲି ଜଣାପଡ଼ିଛି ।
ଜାଣନ୍ତୁ ଅଞ୍ଜଳି ଓ ସୁନ୍ଦାସଙ୍କ ସୀମାପାର ସମ୍ପର୍କ... - ଅଞ୍ଜଳି ଓ ସୁନ୍ଦାସଙ୍କ ସୀମାପାର ସମ୍ପର୍କ
ଭାରତ ଓ ପାକିସ୍ତାନ ପରସ୍ପର ପାରମ୍ପରିକ ଶତ୍ରୁ । ଉଭୟଙ୍କ ମଧ୍ୟରେ ଶତ୍ରୁତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେପଟେ କିନ୍ତୁ ଏହି ଦୁଇ ଦେଶର ଦୁଇଜଣଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ଉଭୟ ଦେଶର ଦୁଇ ଯୁବତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ଏହା ସହ ସେମାନଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜାଣନ୍ତୁ ଅଞ୍ଜଳି ଓ ସୁନ୍ଦାସଙ୍କ ସୀମାପାର ସମ୍ପର୍କ...
ତେବେ ମିଳିଥିବା ପରିଚୟ ଅନୁଯାୟୀ ଭାରତର ଅଞ୍ଜଳୀ ହୋଇଥିବା ବେଳେ ପାକିସ୍ତାନର ସୁନ୍ଦାସ । ଉଭୟେ ଆମେରିକାର ନ୍ୟୁୟର୍କରେ ପରସ୍ପରକୁ ଭଲ ପାଇ ବସିଥିଲେ । ଅଞ୍ଜଳି ଓ ସୁନ୍ଦାସଙ୍କ ସୀମାପାର ସମ୍ପର୍କ । ତେବେ ଭାଇରାଲ ହୋଇଥିବା ଫଟୋରେ ଭାରତର ଅଞ୍ଜଳି ଓ ସୁନ୍ଦାସ ଏକ ଛତା ତଳେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି ।
ମିଳିଥିବା ସୂଚନା ମୁତାବକ ଏହି ଦୁଇ ଜଣଙ୍କ ଫଟୋସୁଟି କରି ଫଟୋଗ୍ରାଫର ନିଜ ଟ୍ବିଟର ହ୍ୟାଣ୍ଡେଲ @Sarowarrrrରେ 'a newyork love story' ଶୀର୍ଷକରେ ସେୟାର କରିଥିଲା । ମାତ୍ର ଏହି ଫୋଟ ଏବେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଥିଲା । ତେବେ ତାଙ୍କର ଏହି ଫଟୋରେ 41 ହଜାରରୁ ଊର୍ଦ୍ଧ୍ବ ଲାଇକ ଓ କମେଣ୍ଟ ମଧ୍ୟ ଆସିସାରିଛି । ଭାଇରାଲ ଏହି ଫଟୋକୁ ଲୋକେ ବେଶ ପସନ୍ଦ କରୁଛନ୍ତି ।