ଓଡିଶା

odisha

ETV Bharat / briefs

ଜରଦା ଫ୍ୟାକ୍ଚ୍ରିକୁ ବିରୋଧ କରି ବଡ ଆନ୍ଦୋଳନ ପାଇଁ ସଜବାଜ ଗ୍ରାମବାସୀ - pollution

ସମ୍ବଲପୁରର ଶାସନ ଅଞ୍ଚଳର ପରାଧିଆପାଲି ଓ ମାଝିପାଲି ଅଞ୍ଚଳର 2ଟି ଜରଦା ଫ୍ୟାକ୍ଟ୍ରି ସ୍ଥାନୀୟ ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Jun 23, 2019, 5:00 AM IST

ସମ୍ବଲପୁର: ଗୁଟକା, ଜରଦା, ପାନ ମସଲା ଆଦି ମାଦକଦ୍ରବ୍ୟ କିଣାବିକା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ କହି ବିଭିନ୍ନ ସ୍ଥାନରେ ସଚେତନ ମଧ୍ୟ କରାଯାଉଛି । ହେଲେ ଏବେ ବି ବେଧଡକ ଭାବେ ଚାଲିଛି ଗୁଟକା ବେପାର । ଏଭଳି ସ୍ଥିତି ସରକାରଙ୍କ ଘୋଷଣାକୁ ପ୍ରତ୍ୟାହାର କଲା ଭଳି ମନେହେଉଛି । ଯାହାର ଜଳ୍ବନ୍ତଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଶାସନ ଅଞ୍ଚଳର ପରାଧିଆପାଲି ଓ ମାଝିପାଲି ଅଞ୍ଚଳରେ।

ଉଭୟ ଅଞ୍ଚଳର 2ଟି ଜରଦା ଫ୍ୟାକ୍ଟ୍ରି ସ୍ଥାନୀୟ ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ସୂଚନାନୁସାରେ, ପରାଧିଆପାଲିଠାରେ ଥିବା ଏକ ଶିକ୍ଷାଅନୁଷ୍ଠାନ ପାଖରେ ପୂର୍ବରୁ ଏକ ଜରଦା ଫ୍ୟାକ୍ଟ୍ରି ଥିବାବେଳେ ଗ୍ରାମବାସୀ ଏହାକୁ ବନ୍ଦ କରିବାକୁ ଦାବି କରି ଆସୁଥିଲେ । ମାତ୍ର ମାଝିପାଲି ଅଞ୍ଚଳରେ ଆଉ ଏକ ଜରଦା ଫ୍ୟାକ୍ଟ୍ରିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ପରାଧିାପାଲି ଅଞ୍ଚଳରେ ଥିବା ଜରଦା ଫ୍ୟାକ୍ର୍ଟିରୁ ବାହାରୁଥିବା ପ୍ରଦୂଷିତ ବାୟୁ ସ୍ଥାନୀୟ ଅଞ୍ଚଳରେ କୁପ୍ରଭାବ ପକାଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ସେପଟେ ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିବା କହିଥିବାବେଳେ ଆଗାମୀ ଦିନରେ ଉକ୍ତ ମାମଲାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଯଦି ଆଗାମୀ 7-8 ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ ନକରନ୍ତି ଆନ୍ଦୋଳନ କରିବା ନେଇ ସ୍ଥାନୀୟବାସୀ ଚେତାବନୀ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details