ଓଡିଶା

odisha

ETV Bharat / briefs

ବିଶ୍ବକପ: ପ୍ରଥମ ମ୍ୟାଚରେ ବିଜୟ ଶଙ୍କରଙ୍କ ରେକର୍ଡ

ଶଙ୍କର ତାଙ୍କର ପ୍ରଥମ ବଲରେ ହିଁ ପାକ୍‌ ଓପନର ଇମାମ ଉଲ ହକଙ୍କୁ ଆଉଟ କରିଥିଲେ । ଏହାପରେ ସେ ସୃଷ୍ଟି କରିଛନ୍ତି ଏକ ରେକର୍ଡ । ଏପରି ବୋଲିଂ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇ ଯାଇଛନ୍ତି ବିଜୟ ଶଙ୍କର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup

By

Published : Jun 17, 2019, 1:33 PM IST

ହାଇଦ୍ରାବାଦ: ବିଶ୍ବକପର 22ତମ ମ୍ୟାଚରେ ଭାରତ ତା'ର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ 89ରନରେ ପରାସ୍ତ କରିଛି । ତେବେ ପ୍ରଥମଥର ପାଇଁ ବିଶ୍ବକପରେ ଖେଳୁଥିବା ଭାରତୀୟ ଟିମର ଖେଳାଳି ବିଜୟ ଶଙ୍କର ତାଙ୍କର ପ୍ରଥମ ମ୍ୟାଚରେ ହିଁ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ଶଙ୍କର ତାଙ୍କର ପ୍ରଥମ ବଲରେ ହିଁ ପାକ୍‌ ଓପନର ଇମାମ ଉଲ ହକଙ୍କୁ ଆଉଟ କରିଥିଲେ । ଏହାପରେ ସେ ସୃଷ୍ଟି କରିଛନ୍ତି ଏକ ରେକର୍ଡ । ଏପରି ବୋଲିଂ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଯାଇଛନ୍ତି ଯୁବ କ୍ରିକେଟର ବିଜୟ ଶଙ୍କର ।

2ୟ ଇନିଂସରେ ଭାରତ ବୋଲିଂ କରିଥିଲା । 4ର୍ଥ ଓଭରର 4ତମ ବଲ୍‌ ପକାଲାବେଳେ ଭୁବନେଶ୍ବର କୁମାର ଆହତ ହୋଇଥିଲେ । ତେଣୁ ତାଙ୍କ ସ୍ଥାନରେ ବୋଲିଂ କରିବାକୁ ଆସିଥିଲେ ଶଙ୍କର । ସେ ନିଜର ପ୍ରଥମ ବୋଲିଂରେ ହିଁ ଇମାମ ଉଲ ହକଙ୍କୁ ଏଲବିଡବ୍ଲୁ କରିଥିଲେ ।

ବିଶ୍ବକପ ଇତିହାସରେ ଏପରି ରେକର୍ଡ କୌଣସି ଭାରତୀୟ ଖେଳାଳି ଏଯାଏଁ କରି ନଥିଲେ । କିନ୍ତୁ ଏପରି ରେକର୍ଡ ବିଶ୍ବକପରେ 8ଥର ହୋଇଛି । 1999ରେ ମାର୍କ ଏଲାହମ, 2003ରେ ଇୟାନ ହାର୍ବେ,2007ରେ ଜେମ୍ସ ଫ୍ରାଙ୍କଲିନ, ମଲାଚି ଜୋନ୍ସ ଓ ମହମ୍ମଦ ୟୁସୁଫ, 2011ରେ ଥିସାରା ପରେରା ଓ ଜେମ୍ସ , 2015ରେ ଦୌଲତ ଜାଦରାନ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ଭାରତ ପକ୍ଷରୁ ଚଳିତ ବିଶ୍ବକପରେ ପ୍ରଥମ ଥର ପାଇଁ ଏହି ରେକର୍ଡ ବନେଇଛନ୍ତି ବିଜୟ ଶଙ୍କର ।

ABOUT THE AUTHOR

...view details