ଓଡିଶା

odisha

By

Published : Jul 2, 2019, 8:41 PM IST

ETV Bharat / briefs

ଭିଜିଲାନ୍ସ ହାତରେ ଲାଞ୍ଚୁଆ ତହସିଲଦାର

ଜମି ମ୍ୟୁଟେସନ କରିବା ନାଁରେ ଲାଞ୍ଚ ନେଇ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ । ମ୍ୟୁଟେସନ ନାଁରେ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ଖବର ପାଇ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଚଢାଉ କରିଥିଲା ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜମି ମ୍ୟୁଟେସନ କରିବା ନାଁରେ ଲାଞ୍ଚ ନେଇ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ । ମ୍ୟୁଟେସନ ନାଁରେ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ଖବର ପାଇ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ଏଥିରେ ତହସିଲଦାରଙ୍କ ସରକାରୀ ବାସ ଭବନ ସହ ପୈତୃକ ଘରେ ମଧ୍ୟ ଚଢାଉ କରାଯାଇଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ମୁତାବକ କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ ପାଇଁ 15 ହଜାର ଟଙ୍କା ଦାବି କରିଥିଲେ ତହସିଲଦାର । ଏନେଇ ଲାଲ ସାହେବ କଳାହାଣ୍ଡି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ 10 ହଜାର ଟଙ୍କା ତହସିଲଦାର ଲାଞ୍ଚ ନେଉଥିବା ବେଳେ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ କରି ତହସିଲଦାରଙ୍କୁ ଗିରଫ କରିଥିଲା ।

ଘଟଣାରେ ତଦନ୍ତ ଜାରି ରଖିବା ସହ ତହସିଲଦାରଙ୍କ ସରକାରୀ ଓ ପୈତୃକ ଭବନରେ ଚଢାଉ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details