ଓଡିଶା

odisha

ETV Bharat / briefs

2021 କୁମ୍ଭମେଳା: 5 ହଜାର କୋଟିର ଆର୍ଥିକ ସହାୟତା ମାଗିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - 5000crore

ରାଜ୍ୟ ଗଠନ ହେବାପରେ ଉତ୍ତରାଖଣ୍ଡର ହରିଦ୍ବାରରେ ଦ୍ବିତୀୟ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା କୁମ୍ଭମେଳା ପାଇଁ କେନ୍ଦ୍ରକୁ 5 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦାବି କରିଛନ୍ତି ତ୍ରୀବେନ୍ଦ୍ର ସିଂହ ରାୱତ ।

ଫାଇଲ ଫଟୋ

By

Published : Jun 17, 2019, 12:11 PM IST

Updated : Jun 18, 2019, 10:54 AM IST

ଡେରାଡୁନ: ଧାର୍ମିକନଗରୀ ହରିଦ୍ବାରରେ 2021ରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭମେଳା ପାଇଁ କେନ୍ଦ୍ର ଠାରୁ 5 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦାବି କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂହ ରାୱତ। ରବିବାର ସେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ହରିଦ୍ବାରର ନଗର ବିକାଶ ମନ୍ତ୍ରୀ ମଦନ କୌଶିକ ତଥା ହରିଦ୍ବାରର ସମସ୍ତ ଆଖଡାର ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକରେ ରାୱତ କହିଛନ୍ତି ଯେ, ଆସନ୍ତା କୁମ୍ଭ ମେଳାର ପ୍ରସ୍ତୁତି ଇତିହାସ ସୃଷ୍ଟି କରିବ।

ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହେବା ପରେ ଉତ୍ତରାଖଣ୍ଡର ହରିଦ୍ବାରରରେ ଦ୍ବିତୀୟ ଥର ପାଇଁ କୁମ୍ଭମେଳା ହେବାକୁ ଯାଉଛି। ଏହାର ପ୍ରସ୍ତୁତି ଜୋରଦାର କରାଯିବା ସହ ଏଥିପାଇଁ ସ୍ଥାୟୀ ମେଳାଧିକାରୀ ଏବଂ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି କରାଯିବ। ଏହି ମେଳାକୁ ସୁବିଧାଜନକ କରିବାକୁ ଆଧୁନିକ ଜ୍ଞାନକୌଶଳ ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଏଥିସହିତ ମେଳାକୁ ଆସିଥିବା ବୟସ୍କ ଶ୍ରଦ୍ଧାଳୁଙ୍କ ସୁବିଧା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବା ନେଇ ରାୱତ କହିଛନ୍ତି ।

ସୂଚନାଯୋଗ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିଥିଲେ। ଆସନ୍ତା କୁମ୍ଭ ମେଳାରେ ଦେଶବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବାର ରହିଛି। ତେବେ ଏହି ଅର୍ଥରାଶିକୁ ୨୦୨୦ ସୁଦ୍ଧା ପ୍ରଦାନ କରିବା ପାଇଁ ସେ ସୀତାରମଣଙ୍କୁ ନିବେଦନ କରିଛନ୍ତି ।

Last Updated : Jun 18, 2019, 10:54 AM IST

ABOUT THE AUTHOR

...view details