ଓଡିଶା

odisha

ETV Bharat / briefs

ଚୀନର ବାଣିଜ୍ୟ ଦୂତାବାସକୁ ବନ୍ଦ କଲା ଆମେରିକା - chinese consulat

ଆମେରିକା ଓ ଚୀନ ମଧ୍ୟରେ କୂଟନୈତିକ ଆକ୍ରମଣ ଜାରି ରହିଛି। ପ୍ରଥମେ ଆମେରିକା ଚୀନକୁ ଟେକ୍ସାସ୍ ରାଜ୍ୟ ହ୍ୟୁଷ୍ଟନରେ ଥିବା ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ କହିଲା ଓ ଏହାର ଉତ୍ତରରେ ଚୀନ ଶୁକ୍ରବାର ଚେଙ୍ଗଡୁରେ ଥିବା ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ ଆମେରିକାକୁ କହିଛି।

ଚୀନର ବାଣିଜ୍ୟ ଦୂତାବାସକୁ ବନ୍ଦ କଲା ଆମେରିକା
ଚୀନର ବାଣିଜ୍ୟ ଦୂତାବାସକୁ ବନ୍ଦ କଲା ଆମେରିକା

By

Published : Jul 26, 2020, 2:04 PM IST

ୱାସିଂଟନ: ଆମେରିକା ଓ ଚୀନ ମଧ୍ୟରେ କୂଟନୈତିକ ଆକ୍ରମଣ ଜାରି ରହିଛି। ପ୍ରଥମେ ଆମେରିକା ଚୀନକୁ ଟେକ୍ସାସ୍ ରାଜ୍ୟ ହ୍ୟୁଷ୍ଟନରେ ଥିବା ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ କହିଲା ଓ ଏହାର ଉତ୍ତରରେ ଚୀନ ଶୁକ୍ରବାର ଚେଙ୍ଗଡୁରେ ଥିବା ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ ଆମେରିକାକୁ କହିଛି। ଶନିବାର ଆମେରିକାର ଫେଡେରାଲ ଏଜେଣ୍ଟ ଓ ଆଇନ ଶୃଙ୍ଖଳା ଏଜେନ୍ସିର ଅଧିକାରୀମାନେ ହ୍ୟୁଷ୍ଟନରେ ଥିବା ଚାଇନାର ଦୂତାବାସ କମ୍ପ୍ଲେକ୍ସରେ ପ୍ରବେଶ କରିଥିଲେ।

ପ୍ରକାଶ ଥାଉକି, ଟ୍ରମ୍ପ ପ୍ରଶାସନ ଏହି ସପ୍ତାହରେ ହ୍ୟୁଷ୍ଟନରେ ଚୀନର କନସୁଲେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି। ଚାଇନିଜ୍ କନସୁଲେଟ୍ ଗତ 40 ବର୍ଷ ଧରି ହ୍ୟୁଷ୍ଟନ୍‌ର ବ୍ୟସ୍ତବହୁଳ ମୋଣ୍ଟ୍ରୋଜ୍ ବୁଲଭାର୍ଡ ଅଞ୍ଚଳରେ ଅବସ୍ଥିତ । କିନ୍ତୁ ଟ୍ରମ୍ପ ପ୍ରଶାସନ ଶୁକ୍ରବାର ସନ୍ଧ୍ୟାରେ ଏହାକୁ ବନ୍ଦ କରିଦେଇଛି। ଶୁକ୍ରବାର ଦିନ କୋଠାରୁ ଚାଇନାର ପତାକା ଓ ରାଜ୍ୟ ପ୍ରତୀକ ହଟାଇ ଦିଆଯାଇଛି। ଏଥିସହ ଦୂତାବାସ କର୍ମଚାରୀମାନେ ସକାଳେ କୋଠାରୁ ସେମାନଙ୍କର ଜିନିଷପତ୍ର ବାହାର କରୁଥିବା ଦେଖାଯାଇଥିଲା।

ଚୀନ କୂଟନୀତିଜ୍ଞମାନେ ଏହି କୋଠା ଖାଲି କରିବା ମାତ୍ରେ ଅନେକ କଳା ଏସୟୁଭି କାର୍, ଟ୍ରକ୍, ଦୁଇଟି ଧଳା ଭ୍ୟାନ୍ ଓ ଏକ ଲକ୍ ଫିକ୍ସର୍ ଭ୍ୟାନ୍ ବିଲଡିଂ କମ୍ପ୍ଲେକ୍ସରେ ପ୍ରବେଶ କରିଥିଲେ । ଅନ୍ୟପକ୍ଷେ ବେଜିଂରେ ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କନସୁଲେଟରେ ଆମେରିକାର ଆଇନ ଶୃଙ୍ଖଳା ଅଧିକାରୀଙ୍କ ବାଧ୍ୟତାମୂଳକ ପ୍ରବେଶକୁ ନେଇ ଦୃଢ ବିରୋଧ ଓ ଅସନ୍ତୋଷ ବ୍ୟକ୍ତ କରିଛି। ଏହାସହ କୂଟନୈତିକ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଛି।

ଚେଙ୍ଗଡୁ ସହରରେ ଥିବା ଆମେରିକାର ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ ଚୀନ୍ ଶୁକ୍ରବାର ନିର୍ଦ୍ଦେଶ ଦେଇଛି । ଚୀନର କହିବା କଥା ଆମେରିକା ଚୀନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛି ଓ ଏହାର ଜାତୀୟ ସୁରକ୍ଷା ସ୍ବାର୍ଥରେ କ୍ଷତି ପହଞ୍ଚାଉଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କନସୁଲେଟ ଛାଡିବା ପାଇଁ ସନ୍ଧ୍ୟା 4ଟା ସମୟ ଧାର୍ଯ୍ୟ ହେବାର 40 ମିନିଟ ପରେ ଜଣେ ଅଧିକାରୀ କୋଠା ଭିତରକୁ ପ୍ରବେଶ କରିଥିଲେ ।

ଶୁକ୍ରବାର ଚୀନର ହ୍ୟୁଷ୍ଟନ୍‌ ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ ନିଷ୍ପତ୍ତି ସମ୍ପର୍କରେ ଟ୍ରମ୍ପ ପ୍ରଶାସନର ଅଧିକାରୀ ବିସ୍ତୃତ ସୂଚନା ଦେଇଛନ୍ତି। ଆମେରିକା ସରକାରଙ୍କ ଅନୁଯାୟୀ, ଚୀନ ଗୁପ୍ତ କାର୍ଯ୍ୟକଳାପରେ ଜଡିତ ଥିଲା। ବୈଦେଶିକ ବିଭାଗ ଦ୍ବାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ହ୍ୟୁଷ୍ଟନରେ ଥିବା ଚାଇନାର ଦୂତାବାସର କାର୍ଯ୍ୟକଳାପ ଗ୍ରହଣୀୟ ସ୍ତରରୁ ଅଧିକ ଥିଲା ।

ABOUT THE AUTHOR

...view details