କେନ୍ଦୁଝର: ଆସନ୍ତା 19 ତାରିଖରେ ରାଜ୍ୟର 30ରୁ ଉର୍ଦ୍ଧ୍ବ ବୁଥରେ ହେବ ସାନି ମତଦାନ । ସେଥିମଧ୍ୟରୁ ଗୋଟିଏ ବୁଥ ହେଉଛି କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ଘଷିପୁରା ନିର୍ବାଚନ ମଣ୍ଡଳୀର ଭୋଳ ନୂଆଗାଁ 171 ନମ୍ବର ବୁଥ । କେନ୍ଦୁଝର ଲୋକସଭା ଆସନ ଅଧିନରେ ଥିବା ଏହି ବୁଥରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ 19ରେ ସାନି ମତଦାନ ହେବ ।
ସୂଚନା ଯୋଗ୍ୟ ଯେ ଗତ ମାସ 23ରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଏହି ବୁଥର ପଞ୍ଚମ ପୁଲିଂ ଅଧିକାରୀ ଭୋଟରଙ୍କୁ ପ୍ରଭାବିତ କରି ନିଜେ ଭୋଟ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।