ଭୁବନେଶ୍ବର: ଆସନ୍ତା ଜୁନ 25ତାରିଖରୁ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇ ଜୁଲାଇ 31ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିବେ । କାରଣ ଗତ ଫେବୃୟାରୀରେ ଆଗତ କାମ ଚଳା ବଜେଟ ଆସନ୍ତା 31 ତାରିଖରେ ଶେଷ ହେବ ତେଣୁ ତା ପୂର୍ବରୁ ସରକାର ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିବେ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ବଜେଟ ପରେ ରାଜ୍ୟ ବଜେଟ ଆଣିବା ପାଇଁ ଯୋଜନା କରିଥିଲେ ହେଲେ ସମୟ ଅଭାବରୁ କେନ୍ଦ୍ର ବଜେଟ ପୂର୍ବରୁ ରାଜ୍ୟ ବଜେଟ ଆଣିବା ପାଇଁ ବାଧ୍ୟ ହୋଇଛନ୍ତି ।
ଆସନ୍ତା 25ରୁ ଆରମ୍ଭ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ - JULY 31ST
ଆସନ୍ତା 25ତାରିଖରୁ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ଜୁଲାଇ 31 ପର୍ଯ୍ୟନ୍ତ ଚାଲିବ ଅଧିବେଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ