ଓଡିଶା

odisha

ETV Bharat / briefs

ସରକାରଙ୍କୁ ଘେରିବାକୁ ସୋନିଆଙ୍କ ନେତୃତ୍ବରେ ସରିଲା ବିରୋଧୀ ବୈଠକ

ସଂସଦରେ ବିରୋଧୀଙ୍କ ସଂଖ୍ୟା କମ ଥିଲେ ମଧ୍ୟ ସରକାରଙ୍କୁ ସହଜରେ ଛାଡିବେନି ବିରୋଧୀ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

By

Published : Jun 18, 2019, 7:33 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଗତକାଲି ଠାରୁ ଆରମ୍ଭ ହୋଇଥିବା ନବ ନିର୍ବାଚିତ ସାଂସଦ ମାନଙ୍କର ଶପଥ ପାଠ ଶେଷ ହୋଇଛି । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ପରେ ବିଧିବଦ୍ଧ ଭାବେ ଆରମ୍ଭ ହେବ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ।

ଏହି ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ସହ ଅନେକ ଗୁରୁତ୍ବରୂର୍ଣ୍ଣ ବିଲ ଆସିବାକୁ ଥିବାରୁ ବିରୋଧିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ।

ସେଥିପାଇଁ କଂଗ୍ରେସ ନେତୃତ୍ବରେ ୟୁପିଏର ରଣନୀତି କଣ ହେବ ସଂସଦରେ ବିରୋଧୀ କେଉଁ ଭୂମିକାରେ ଅବତ୍ତୀର୍ଣ୍ଣ ହେବ ଏହି ସବୁ ରଣନୀତି ପାଇଁ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବୈଠକ ଆରମ୍ଭ ହୋଇଯାଇଛି ।

ଏହି ବୈଠକରେ ସିପିଆଇ ନେତା ଡି. ରାଜା, ଡିଏମକେ ନେତ୍ରୀ କାନିମୋଝୀ, ନେସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ସହ କଂଗ୍ରେସର ବହୁ ନେତା ଯୋଗ ଦେଇଛନ୍ତି ।

ABOUT THE AUTHOR

...view details