ଓଡିଶା

odisha

ETV Bharat / briefs

PMAY ଆବାସ ଯୋଜନାରେ ୮.୧୭ ଲକ୍ଷ ଓଡିଆ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର: ଧର୍ମେନ୍ଦ୍ର - Dharmendra Pradhan

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଓଡ଼ିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର । ଅଧିକ ପଢନ୍ତୁ...

Dharmendra Pradhan
Dharmendra Pradhan

By

Published : May 23, 2021, 9:04 PM IST

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଓଡ଼ିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର । ଏହାସହ ସାରାଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କର ନିଜ ପକ୍କା ଘର ସ୍ବପ୍ନ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କୋରୋନାର ଏହି କଠିନ ପରିସ୍ଥିତିରେ ମଧ୍ୟ ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ଗରିବଙ୍କ ସାହାରା ହୋଇଛି । PMAY ଗ୍ରାମୀଣ ଜରିଆରେ ଦେଶର କୋଣ ଅନୁକୋଣରେ ଗରିବ ଏବଂ ବଞ୍ଚିତଙ୍କ ମୁଣ୍ଡ ଉପରେ ପକ୍କା ଛାତ ଦେଇ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ତାଙ୍କର ସମ୍ମାନକୁ ସୁନିଶ୍ଚିତ କରିଛନ୍ତି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details