ୱାସିଂଟନ: ମିଳିତ ଜାତିସଂଘ ତେହେରିକ-ଇ-ତାଲିବାନର ପାକିସ୍ତାନର ମୁଖ୍ୟ ନୁରୱାଲି ମେହସୁଦକୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଜାତିସଂଘ ଅଲ-କାଏଦା ସହ ଜଡିତ ସଂସ୍ଥା ପକ୍ଷରୁ ଆର୍ଥିକ ସହାୟତା, ଯୋଜନା ତଥା କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ମେହସୁଦକୁ ବ୍ଲାକଲିଷ୍ଟ କରାଯାଇଛି ।
ତେହେରିକ-ଇ-ତାଲିବାନର ପାକିସ୍ତାନୀ ମୁଖ୍ୟ ମେହସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା - UN declares Tehrik-e-Taliban Pakistan chief Noor Wali Mehsud as global terrorist
ମିଳିତ ଜାତିସଂଘ ତେହେରିକ-ଇ-ତାଲିବାନର ପାକିସ୍ତାନର ମୁଖ୍ୟ ନୁର ୱାଲି ମେହସୁଦକୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରିଛି।
![ତେହେରିକ-ଇ-ତାଲିବାନର ପାକିସ୍ତାନୀ ମୁଖ୍ୟ ମେହସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା ମିଳିତ ଜାତିସଂଘ](https://etvbharatimages.akamaized.net/etvbharat/prod-images/768-512-12:19:30:1595054970-npic-202071794033-1807newsroom-1595054868-978.jpg)
ମିଳିତ ଜାତିସଂଘ
ମିଳିତ ଜାତିସଂଘ ସୁରକ୍ଷା ପରିଷଦର 1267 ଆଇଏସଆଇଏଲ୍ ଓ ଅଲ-କାଏଦା କଟକଣା କମିଟି ମେହସୁଦକୁ ଆଇଏସଆଇଏଲ (ଡେଶ) ଓ ଅଲ-କାଏଦା ତାଲିକାରେ ଯୋଡିଛି। ଜୁନ 2018ରେ ପୂର୍ବତନ ଟିଟିପି ନେତା ମୌଲାନା ଫଜଲୁଲ୍ଲାର ମୃତ୍ୟୁ ପରେ ମେହେସୁଦକୁ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)ର ନେତା ଭାବରେ ନାମିତ କରାଯାଇଥିଲା। ଅଲ-କାଏଦା ସହ ମିଶିବା ପରେ 29 ଜୁଲାଇ 2011 ରେ ଟିଟିପି ଜାତିସଂଘ ଦ୍ବାରା ବ୍ଲାକଲିଷ୍ଟେଟ୍ ହୋଇଥିଲା ।