ଓଡିଶା

odisha

ETV Bharat / briefs

ଟ୍ରୁଡ୍ୟୁ 2.0: ଭାରତ-କାନାଡା ମଜଭୁତ ସମ୍ପର୍କ ପାଇଁ ଏକ ଚ୍ୟାଲେଞ୍ଜ - ଭାରତ-କାନାଡା ମଜଭୁତ୍‌ ସମ୍ପର୍କ

କାନାଡାରେ କ୍ଷମତା ହାସଲ କରିଛି କାନାଡା ଲିବେରାଲ ପାର୍ଟି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ 2.0 ପ୍ରଧାନମନ୍ତ୍ରୀ ଭାବରେ ଦ୍ବିତୀୟ ଇଂନିସ ଆରମ୍ଭ କରିଛନ୍ତି । ଏବେ ଏହାକୁ ଭାରତ-କାନାଡା ସମ୍ପର୍କକୁ ମଜଭୁତ କରିବା ପାଇଁ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଏନେଇ ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Oct 31, 2019, 6:06 PM IST

Updated : Nov 1, 2019, 8:07 PM IST

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କ ନେତୃତ୍ବରେ କାନାଡା ଲିବେରାଲ ପାର୍ଟି ଦେଶର ଅକ୍ଟୋବର 21 ତାରିଖରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ବହୁମତ ହାସଲ କରିବା ସମ୍ଭାବନା କମ ରହିଥିଲା । ଜନମତ ସର୍ବେକ୍ଷଣ ଅନୁସାରେ ଟ୍ରୁଡ୍ୟୁଙ୍କ ଦଳ ବହୁମତରୁ 20 ଟି ଆସନ କମରେ ରହି ଅର୍ଥାତ ମୋଟ ୩୩୮ ଇ​‌ଲେକ୍ଟୋରାଲ ଡିଷ୍ଟ୍ରିକ୍ଟ ମଧ୍ୟରୁ ଲିବେରାଲ ପ୍ରାର୍ଥୀମାନେ ୧୫୭ଟିରେ ବିଜୟୀ ଅଥବା ଆଗୁଆ ରହିବା ଅନୁମାନ କରାଯାଇଥିଲା । ଫଳରେ ତାଙ୍କ ଦଳରୁ ଅପେକ୍ଷାକୃତ ଦୁର୍ବଳ ବହୁମତ ମଳିବାର ସମ୍ଭାବନା ରହିଥିଲା । ଅନ୍ୟ ୧୨୧ଟିରେ ତାଙ୍କର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଆଣ୍ଡ୍ର୍ୟୁ ଏବଂ କଞ୍ଜରଭେଟିଭ ଦଳ ଅଗ୍ରଣୀ ରହିଛି। ମାତ୍ର ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ ଜଷ୍ଟିନ ଟ୍ରୁଡ୍ୟୁ ସରକାର ଗଠନ କରିଛନ୍ତି । ଏବେ ଟ୍ରୁଡ୍ୟୁ 2.0 ଭାରତ-କାନାଡା ସମ୍ପର୍କକୁ ମଜଭୁତ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ।

ମାତ୍ର ପରେ ଅନେକ ରାଜନୀତି ବିଶେଷଜ୍ଞଙ୍କ ଅନୁମାନ ଠିକ୍‌ ଏହାଠାରୁ ବିପରୀତ ଥିଲା । ନିଜୟ 24 ସାଂସଦଙ୍କ ସହ ବାମପନ୍ଥୀ ଏନଡିପି(ନ୍ୟାସନାଲ ଡେମୋକ୍ରାଟିକ ପାର୍ଟି)ର ନେତୃତ୍ବ ଭାର ଥିବା ଇଣ୍ଡୋ-କାନାଡୀୟ ଦେଶରେ କିଙ୍ଗମେକର ଭାବରେ ଉଭା ହେବ । ଏହା ଭାରତ ପାଇଁ ଏକ ଖୁସି ଖବର ଠାରୁ କୌଣସି ଦିଗରେ କମ ନଥିଲା । ପ୍ରଥମ ଶିଖ ରାଜନେତା ଭାବେ ଜଗମିତ ସିଂହ କାନାଡାର ଏକ ବୃହତ୍‌ ରାଜନୈତିକ ଦଳ ନ୍ୟୁ ଡେମୋକ୍ରାଟିକ୍‌ ପାର୍ଟି (ଏନଡିପି) ର ନେତୃତ୍ବ ନେଇଥିଲା। ୩୮ ବର୍ଷୀୟ ଆଇନଜୀବୀ ଜଗମିତ୍‌ ସଂଖ୍ୟାଲଘୁ ଗୋଷ୍ଠୀର ପ୍ରଥମ ସଦସ୍ୟ । ଜଗମିତଙ୍କ ସହାୟତାରେ ଟ୍ରୁଡ୍ୟୁ ସରକାର ଗଠନ କଲେ ଏହା ଭାରତ ପାଇଁ ସୁଖଦ ନୁହେଁ ବୋଲି କୁହାଯାଇଛି । ଏହାର କାରଣ ସେ ଖଲିସ୍ଥାନକୁ ସମର୍ଥନ କରୁଥିବା ଓ ଭାରତ ବିରୋଧୀ ମନୋଭାବ ରଖୁଥିବା ନେତାଙ୍କ ମଧ୍ୟରୁ ଅନ୍ୟତମ ।

ଭାରତ ଓ କାନାଡା ମଧ୍ୟରେ ସମ୍ପର୍କର ଗଭୀରତା ଓ ବିଭିନ୍ନ ସମାନତା ରହିଛି । ଭିନ୍ନ ଭିନ୍ନ ଜାତି, ସଂସ୍କୃତି, ମଜଭୁତ ଗଣତନ୍ତ୍ର , ଇଂରାଜୀ ଭାଷାଭାଷୀଙ୍କ ସଂଖ୍ୟା, ଆଇନ କାନୁନ ବ୍ୟବସ୍ଥା, ପ୍ରବାସୀ ସମ୍ବନ୍ଧ, ସୁସ୍ଥ ଅର୍ଥବ୍ୟବସ୍ଥା, ଶିକ୍ଷା ଓ ସ୍ବସ୍ଥ୍ୟ ଭଳି ଅନେକ ବ୍ୟବସ୍ଥା ଦୁଇ ଦେଶ ଭିତରେ ସମାନତାକୁ ଦର୍ଶାଏ ।

ବର୍ଷ 2015ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାନାଡା ଗସ୍ତ 42ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ବିପାକ୍ଷିକ ଗସ୍ତ ଥିଲା । ଏହି ଗସ୍ତରେ ଭାରତ ଓ କାନାଡା ସହିତ ନିଜର ରଣନୈତିକ ଭାଗିଦାରୀକୁ ଆଗକୁ ନେବା ଲାଗି ଭାରତ ଅତ୍ୟଧିକ ଗୁରୁତ୍ବ ଦେଇଥିଲା । ଭାରତ ଗଣତନ୍ତ୍ର, ବହୁଳବାଦ, ଆଇନର ସର୍ବୋଚ୍ଚତା ଏବଂ ପାରସ୍ପରିକ ସମ୍ପର୍କ ଉପରେ ଆଧାରିତ ବୋଲି କହିଥିଲେ ମୋଦି । ବ୍ୟବସାୟ ଏବଂ ନିବେଶଠାରୁ ଆରମ୍ଭ କରି ଶକ୍ତି ପର୍ଯ୍ୟନ୍ତ ବିଜ୍ଞାନ ଏବଂ ଉଦ୍ଭାବନ ଠାରୁ ଆରମ୍ଭ କରି ଶିକ୍ଷା ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ ସମୁଦ୍ର ଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଭାରତ ଏବଂ କାନାଡା ସାଥୀ ହୋଇ କାର୍ଯ୍ୟ କରିବା କଥା କହିଥିଲେ । ବର୍ଷ 2010ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ପରମାଣୁ ସହଯୋଗ ବୁଝାମଣାକୁ ଅନ୍ତିମ ରୂପ ଦିଆଯାଇଥିଲା , ଯାହା ବିଶେଷ ଭାବରେ ଫଳପ୍ରଦ ହୋଇଥିଲା । ସେ ସମୟର କାନାଡା ପ୍ରଧାନମନ୍ତ୍ରୀ ଷ୍ଟିଫେନ୍‌ ହାର୍ପର ଭାରତ-କାନାଡା ସମ୍ପର୍କରୁ ଅଧିକ ସୁଦୃଢ କରିବାକୁ ଗୁରୁତ୍ବ ଦେଇଥିଲେ ।

ବର୍ଷ 2015ରେ କାନାଡାରେ ସାଧାରଣ ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ସରକାର ଗଠନ କରିଥିଲେ ଜଷ୍ଟିନ ଟ୍ରୁଡ୍ୟୁ । ପିଏମ ମୋଦି ବିଶ୍ବର ପ୍ରଥମ ନେତା ହିସାବରେ ତାଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ମାତ୍ର ସେ ସମୟରେ ଖଲିସ୍ଥାନୀ ସମର୍ଥନର ହାୱା ତାଙ୍କ ପାର୍ଟି ଭିତରେ ବହୁଥିବା ଖବର ମଧ୍ୟ ଭାରତ କାନରେ ବାଜିଥିଲା ।

କାନାଡରେ ଶିଖ ସମୁଦାୟଙ୍କ ଦ୍ବାରା ସମର୍ଥନ, ବିତ୍ତୀୟ, ରାଜନୈତିକ ଅନ୍ୟାନ୍ୟ ପ୍ରସଙ୍ଗରେ ଶିଖ୍‌ ସମୁଦାୟଙ୍କ ସହ ସାଥ୍‌ ଦେଉଥିବା ନେତା ହରଜିତ ସିଂହ ସଜ୍ଜନଙ୍କ ପରବର୍ତ୍ତୀ ସମୟରେ ଜଷ୍ଟିନ ସିଂହ ନାମ ଦେଇଥିଲେ ଜନତା । ଏହାସହ କାନାଡାରେ ଶିଖ୍‌ ଭୋଟ ବ୍ୟାଙ୍କର ମୁଖ୍ୟ ସ୍ରୋତ ଥିବା ସଜ୍ଜନଙ୍କୁ ସରକାରରେ ରକ୍ଷାମନ୍ତ୍ରୀ ଭାବରେ ଦାୟିତ୍ବ ମିଳିଥିଲା । ଖାଲିସ୍ତାନ ତତ୍ତ୍ବକୁ ଅଧିକ ଗୁରୁତ୍ବ ଦେଉଥିବା ନେତା ଭାବରେ ଭାରତ ପ୍ରତି ବିପଦ ସୃଷ୍ଟି କରିଥିଲା ।

ଏହାସହ କାନାଡାର ପଶ୍ଚିମ ପ୍ରାନ୍ତରେ ପଞ୍ଜାବର ଲୋକ ସଂଖ୍ୟା ସର୍ବାଧିକ । ବିଂଶ ଶତାଦ୍ଦୀରୁ ଭାରତୀୟଙ୍କ ବସବାସ ପାଇଁ କାନାଡା ଏକ ମୁଖ୍ୟ ଦେଶ ଭାବରେ ରହିଛି । ଏଠାରେ ରହୁଥିବା ଶିଖ ସମ୍ପ୍ରଦାୟ ଖାଲିସ୍ତାନୀ ଆତଙ୍କବାଦ ଏବଂ ଉଗ୍ରବାଦ ଭାରତ ଏବଂ କାନାଡା ଭଳି ଗଣତାନ୍ତ୍ରିକ, ବହୁଳବାଦୀ ସମାଜ ଲାଗି ବିପଦ ସୃଷ୍ଟ କରିଛି । ଏହି ଶକ୍ତିର ମୁକାବିଲା କରିବା ଲାଗି ଆମେ ଭାରତ-କାନାଡା ଏକାଠି ହେବା ଗୁରୁତ୍ବପୂର୍ଣ୍ଣ ।

ପ୍ରଥମଥର ପାଇଁ କାନାଡା ଖାଲିସ୍ତାନ ଆତଙ୍କବାଦକୁ ବିପଦ ବୋଲି ଘୋଷଣା କରିଛି । କାନାଡାରେ ଖାଲିସ୍ତାନ ଆତଙ୍କବାଦକୁ ବହୁ ପୂର୍ବୁର ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଏପରି ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାରମ୍ବାର ଦାବି ହୋଇଆସୁଥିଲା । ଜଷ୍ଟିନ ଟ୍ରୁଡେଉଙ୍କ ସରକାରରେ କାନାଡାରେ ପ୍ରଥମଥର ପାଇଁ ଖାଲିସ୍ତାନ ଆତଙ୍କବାଦକୁ ଦେଶ ପ୍ରତି ବିପଦ ବୋଲି ଘୋଷଣା କରିଛନ୍ତି।

ଚଳିତ ବର୍ଷ ଆରମ୍ଭରେ କାନାଡା ଗୁଇନ୍ଦା ବିଭାଗ 21 ଅକ୍ଟୋବର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ କାନାଡାରେ ପ୍ରବାସୀ ସମୁଦାୟଙ୍କ ସହ ଭାରତ ଓ ଚୀନ ହାତ ମିଶାଇଥିବା ଭଳି ଚାଞ୍ଚଲ୍ୟ କର ରିପୋର୍ଟରୁ ଖୁଲାସା ହୋଇଥିଲା । ଏହାକୁ କୌଣସି ପ୍ରମାଣ କିମ୍ବା ଏହାକୁ ସତ୍ୟତା ପ୍ରତିପାଦନ କରିବା କାରକକୁ ସାର୍ବଜନିକ କରାଯାଇନଥିଲା । ଏହା ଦୁଇ ଦେଶର ବିକାଶ ମାମଲାରେ ସ୍ଥିରତାକୁ ଦର୍ଶାଉଛି । ବର୍ତ୍ତମାନର ପରିସ୍ଥିତିକୁ ତର୍ଜନା କରିଲେ ଏହା ସ୍ପଷ୍ଟ ଯେ ଏବେ ଦୁଇ ଦେଶ ମଧ୍ୟରେ ଅଧିକାରୀକ ନିବିଡତା, ଆର୍ଥିକ ସମ୍ବନ୍ଧ ସହ ପରସ୍ପର ସହଭାଗିତା ଓ ଜନସମ୍ପର୍କରେ ନିବିଡତାର ଆବଶ୍ୟକତା ସର୍ବାଧିକ ଆବଶ୍ୟକ ।

Last Updated : Nov 1, 2019, 8:07 PM IST

ABOUT THE AUTHOR

...view details