କଟକ: ପୁଣି ସାମନାକୁ ଆସିଲା ଦୁର୍ଘଟଣାର ଦୃଶ୍ୟ । ଟ୍ରକକୁ ପିଟିଲା ଟ୍ରକ । କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ନିଉ ମହାରାଜା ହୋଟେଲ ନିକଟରେ ଠିଆ ହୋଇଥିବା ହାଇୱାକୁ ପଛପଟୁ ଧକ୍କା ଦେଲା ୧୪ ଚକିଆ ଟ୍ରକ । ଅଳ୍ପକେ ବର୍ତ୍ତିଲେ ଦୁଇ ଟ୍ରକ ଚାଳକ ଏବଂ ହେଲପର ।
ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଡ୍ରାଇଭର ଏବଂ ହେଲପର ସାମାନ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ଅଛନ୍ତି । ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଭଙ୍ଗାରୁଜା ହୋଇଯାଇଥିବାବେଳେ ୧୪ ଚକିଆ ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରଖିଛି ନିଶ୍ଚିନ୍ତକୋଇଲି ପୋଲିସ ।